Connect with us

Hi, what are you looking for?

ବିଜିନେସ

ସୋଆକୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ

ଭୁବନେଶ୍ୱର, ଜୁନ୍ ୧୦:ତ୍ତଉତ୍କର୍ଷତା ହାସଲ କରିବା ନିମନ୍ତେ ଅବିରତ ପ୍ରଚେଷ୍ଟା ଜାରୀ ରଖିଥିବାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ‘ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି ।

ଆଇଆଇଆଇଇର ଜାତୀୟ ସଭାପତି ଡକ୍ଟର ଅମୀୟ ବେହେରା ନିକଟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ସାକ୍ଷାତ କରି ଏହି ସମ୍ମାନ ପ୍ରଦାନ କରିଥିଲେ ।
ଭାରତରେ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବିକଶିତ କରିବା ଓ ଆଗକୁ ନେବା ନିମନ୍ତେ ଆଇଆଇଆଇଇ ଭଳି ବୃତିଗତ ଅନୁଷ୍ଠାନ ଦୀର୍ଘ ୬ ଦଶନ୍ଧି ହେବ ଜାତୀୟ ସ୍ତରରେ କାର୍ଯ୍ୟ କରିଆସୁଅଛି ।
ଗତ ମେ ମାସ ୩୧ ରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ମସୌରୀ ଠାରେ ଆଇଆଇଆଇଇ ପକ୍ଷରୁ ୨୪ ତମ ସିଇଓ କନ୍‌ଫରେନ୍ସ ଆୟୋଜିତ ହୋଇଥିଲା । ଏହି ଅବସରରେ ସୋଆକୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମିଳନୀର ପ୍ରସଙ୍ଗ ରହିଥିଲା “ବିଲ୍ଡିଂ ରେସିଲିଏନ୍ସ: ଆଡାପ୍ଟିଂ ଟୁ ରାପିଡ୍‌ଲି ଚେଞ୍ଜିଂ ଗ୍ଲୋବାଲ୍ ମାର୍କେଟ” । ସମ୍ମିଳନୀରେ ଅନେକ ନେତୃସ୍ତରୀୟ ବ୍ୟକ୍ତିବିଶେଷ, ମ୍ୟାନେଜମେଂଟ ଗୁରୁ, ରାଷ୍ଟ୍ରଦୂତ, ଶିକ୍ଷାବିତ୍ ଓ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହିତ କର୍ପୋରେଟ ଜଗତର ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଯୋଗ ଦେଇ ସେମାନଙ୍କର ବିଚାରଧାରା ବ୍ୟକ୍ତ କରିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...