Connect with us

Hi, what are you looking for?

ବିଜିନେସ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ


ଭୁବନେଶ୍ୱର, ୨୫/୦୯: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ସୋମବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ନେଇ ଗୁରୁତ୍ୱାରୋପ କରାଯାଇଛି ।
ଓଡିଶା ଫାର୍ମାସୀ କାଉନ୍‌ସିଲ୍‌ର ରେଜିଷ୍ଟ୍ରାର କମ ସମ୍ପାଦକ ଶ୍ରୀମତି ସୁନିତା ରାଣୀ ପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ଫାର୍ମାସିଷ୍ଟ ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଦେଶରେ ଉତ୍ପାଦିତ ହେଉଥିବା ଔଷଧର ୫୦ ପ୍ରତିଶତ ଔଷଧ ଭାରତକୁ ରପ୍ତାନି ହେଉଥିବାରୁ ଭାରତ ବିଶ୍ୱରେ ଔଷଧ ଦୋକାନ ଭାବେ ପରିଚିତ । ସେ ଏହି କାର୍ଯ୍ୟକ୍ରମରେ ସମସ୍ତ ଫାର୍ମାସିଷ୍ଟ ମାନଙ୍କୁ ଉଦ୍‌ବୋଧନ ଦେବା ସହିତ ସେ ଏହି ଦିବସ ପାଳନର ମହୂତ୍ୱ ବିଷୟରେ ବୁଝାଇଥିଲେ । ଭାରତୀୟ ଔଷଧ ଶିଳ୍ପ ସାରା ବିଶ୍ୱରେ ଜଣାଶୁଣା ଏବଂ ଭାରତୀୟ ଔଷଧ ସୁଲଭ ଓ ଫଳପ୍ରଦ ବୋଲି ଶ୍ରୀମତି ପାତ୍ର କହିଥିଲେ ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲରେ ନିଯୁକ୍ତି ପାଇଥିବା ବହୁ ଫାର୍ମାସିଷ୍ଟ ଯୋଗ ଦେଇଥିଲେ ।
ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଟିଳ ଭୂମିକା ତୁଲାଇଥାନ୍ତି ଏବଂ ସାରା ବିଶ୍ୱରେ କୋଭିଡ୍ ମହାମାରୀର କରାଳଛାୟା ରହିଥିବା ବେଳେ ରୋଗୀ ସେବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀମତି ଶାଶ୍ୱତୀ ଦାସ କହିଥିଲେ । ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ନିଶ୍ଚିତ ଭାବେ ସଫଳ ହେବ ଓ ଫାର୍ମାସିଷ୍ଟ ମାନଙ୍କର ମନୋବଳ ବଢାଇବା ଦିଗରେ ସାହାଯ୍ୟ କରିବ ବୋଲି ସେ ମତ ଦେଇଥିଲେ । ମହାମାରୀ ଯୁଦ୍ଧ ବିରୁଦ୍ଧରେ ସେମାନଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ ଶ୍ରୀମତି ଦାସ ପ୍ରଶଂସା କରିଥିଲେ ।
ସେପ୍ଟେମ୍ବର ୨୫ ରେ ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ୍ ଫେଡେରେସନ୍‌ର ପ୍ରତିଷ୍ଠା ହୋଇଥିବାରୁ ଏହାକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ରୂପେ ପାଳନ କରାଯାଏ ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଫାର୍ମାସୀକୁ ଏକ ୨୪ ଘଂଟିଆ ଜରୁରୀକାଳୀନ ସେବା ବୋଲି ଦର୍ଶାଇ ଜଟିଳ ଚିକିତ୍ସା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବଦାନ ନିମନ୍ତେ ଫାର୍ମାସିଷ୍ଟମାନଙ୍କୁ ପ୍ରଶଂସା କରିଥିବାବେଳେ ସେମାନେ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥାନ୍ତି ବୋଲି କହିଥିଲେ ।
ଏହି ଅବସରରେ ଅତିରିକ୍ତ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର(ଡାକ୍ତର) ରାଜେଶ ଲେଙ୍କା ସ୍ୱାସ୍ଥ୍ୟ ସେବା ଓ ରୋଗୀ ମଧ୍ୟରେ ଏକ ସେତୁ ଭାବେ ଫାର୍ମାସିଷ୍ଟ ମାନେ କାର୍ଯ୍ୟ କରିଥାନ୍ତି ।
ବୃତିଗତ ଭାବେ ଔଷଧ ବ୍ୟବହାରକାରୀଙ୍କୁ ସଠିକ୍ ପରାମର୍ଶ ଫାର୍ମାସିଷ୍ଟମାନେ ଦେଇଥାନ୍ତି ।
ଫାର୍ମାସିଷ୍ଟ ମାନେ ଆଜୀବନ ଶିକ୍ଷାର୍ଥୀ ହେବା ଉଚିତ୍ ଏବଂ ବିଶ୍ୱରେ ଏହି କ୍ଷେତ୍ରରେ ହେଉଥିବା ବିଭିନ୍ନ ଘଟଣା ଉପରେ ନଜର ରଖିବା ଉଚିତ୍ ବୋଲି ଶ୍ରୀ ଲେଙ୍କା କହିଥିଲେ ।
ହସ୍ପିଟାଲ୍ ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଯସ୍ମୀନ୍ ପଣ୍ଡା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଫାର୍ମାସିଷ୍ଟମାନଙ୍କୁ ଏହି ଦିବସର ଶପଥ ପାଠ କରାଯାଇଥିଲା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...