Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆଦିବାସୀ ମେଳା ଉଦଯାପିତ

ଭୁବନେଶ୍ବର: ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା ମହୋତ୍ସବ-2024 । 11 ଦିନ ବ୍ୟାପୀ ଚାଲିଥିବା ଏହି ମେଳାରେ ପ୍ରାୟ 10 ଲକ୍ଷରୁ ଅଧିକ ଦର୍ଶକ ବୁଲିଥିବା ବେଳେ ପ୍ରାୟ 5 କୋଟିରୁ ଅଧିକ ବ୍ୟବସାୟ ହୋଇଛି । ଓଡ଼ିଶାର ଜନଜାତି ଜୀବନ, ଭାଷା, କୃଷି ସମୃଦ୍ଧି, ମହିଳା ସଶକ୍ତିକରଣ, ସାଂସ୍କୃତିକ ପ୍ରୋତ୍ସାହନ ଓ ସଂରକ୍ଷଣ, ଜୀବିକା ଓ ରୋଜଗାରକୁ ନେଇ ଆୟୋଜିତ ହୁଏ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ସହରରେ ମିନି ଜନଜାତି ଗ୍ରାମର ଭ୍ରମ ସୃଷ୍ଟି କରିଥାଏ ଏହି ମେଳା । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ, ଅନୁସୂଚିତ ଜାତି ଓ ଅନସୂଚିତ ଜନଜାତି ଜାତି ବିକାଶ ଉପଦେଷ୍ଟା ଶ୍ରୀମତୀ ସରୋଜିନୀ ହେମ୍ବ୍ରମ, ପଛୁଆ ବର୍ଗ ବ୍ୟାପାର ଉପଦେଷ୍ଟା ତାହେରା ଖାତୁନ, ଅନ୍ବେଶା ଓ ଆକାଂକ୍ଷା ଯୋଜନାର ଉପଦେଷ୍ଟା ଶ୍ରୀମତୀ ଏଲିନା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...