ଭୁବନେଶ୍ୱର, ୧୭/୧୦: ‘ଇଣ୍ଡିଆନ୍ ଆଇଡଲ୍-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ ଗୋଲ୍ଡେନ୍ ଟିକଟ ସହ ଶୋ’ରେ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ବର୍ତମାନ ସେ ସାରା ଓଡ଼ିଶା ତଥା ଦେଶରେ ଏକ ଚର୍ଚ୍ଚିତ ଚେହେରା । ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନି ଲାଇଭ୍ରେ ଦେଶର ପ୍ରମୁଖ ରିଆଲିଟି ପ୍ରୋଗ୍ରାମ୍ ‘ଇଣ୍ଡିଆନ୍ ଆଇଡଲ୍- ସିଜନ୍-୧୪’ ପ୍ରସାରିତ ହୋଇଆସୁଛି । ଏଥିରେ ଡାକ୍ତର ରୋହନ ଲୋକପ୍ରିୟ ଚଳଚ୍ଚିତ୍ର ‘କବିର ସିଂ’ ର ଗୀତ ‘କୈସା ହୁଆ’ ଗାଇ ସମସ୍ତଙ୍କ ମନକୁ ଜିଣିବା ସହ ଆଚମ୍ବିତ କରି ଦେଇଥିଲେ । ଉପସ୍ଥିତ ବଲିଉଡର ୩ ଲୋକପ୍ରିୟ ସଂଗୀତ ବିଚାରକ ବିଶାଲ ଦଦଲାନି, କୁମାର ସାନୁ ଓ ଶ୍ରେୟା ଘୋଷାଲଙ୍କୁ ରୋହନଙ୍କର ପ୍ରଦର୍ଶନ ଏତେ ପ୍ରଭାବିତ କରିଥିଲା ଯେ ସେମାନେ ତାଙ୍କୁ ‘ଡାକ୍ତର ସିଙ୍ଗର’ ନାମରେ ନାମିତ କରିଥିଲେ କାରଣ ସେ ଜଣେ ଶିଶୁ ରୋଗ ଡାକ୍ତର ।
ରୋହନ ଜଣେ ଡାକ୍ତର ଥିବା ଶୁଣି ବିଚାରକ କୁମାର ସାନୁ ପ୍ରଥମେ ଆ୧⁄୨ର୍ଯ୍ୟ ହୋଇ କହିଥିଲେ ଡାକ୍ତର ହୋଇ ଗୀତ ଗାଇବା ସହଜ ନୁହେଁ । ଯଦି ଗୀତ ଗାଇ ପୁରା ଦେଶରେ ବୁଲିବ, ତେବେ ତୁମେ ‘ଡା. ସିଙ୍ଗର’ ନାମରେ ପ୍ରସିଦ୍ଧ ହୋଇଯିବ ।
ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ୨୩ ବର୍ଷୀୟ ଡାକ୍ତର ରୋହନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ନ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି । ସେ କାମ କରିବା ସମୟରେ ବି ଗୀତ ଗାଇ ଶିଶୁମାନଙ୍କ ଚିକିତ୍ସା କରିଥାନ୍ତି ବୋଲି ଶୋ’ରେ କହିଥିଲେ । ବିଶେଷ କରି ପିଲାମାନଙ୍କୁ ସେ କୁମାର ସାନୁଙ୍କ ଗୀତ ଶୁଣାଇଥାନ୍ତି ।
ଶୋ’ରେ କୁମାର ସାନୁ ଉପସ୍ଥିତ ଥିବାରୁ ତାଙ୍କ ସହିତ ଭିଡିଓ କଲ୍ରେ ଲାଇଭ୍ ଯୋଡ଼ି ହୋଇଥିବା ହସ୍ପିଟାଲ୍ରେ ଚିକିତ୍ସାଧୀନ ଶିଶୁମାନେ ତାଙ୍କୁ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ପରେ ପିଲାମାନଙ୍କ ଅନୁରୋଧ ରକ୍ଷା କରି କୁମାର ସାନୁ ମଂଚ ଉପରକୁ ଆସି ଗାଇଥିଲେ ‘ହମ୍କୋ ସିର୍ଫ୍ ତୁମ୍ ସେ ପ୍ୟାର ହୈ’ । ପରେ ଶ୍ରେୟା ଘୋଷାଲ କହିଥିଲେ ‘ପିଲେ ଆଜି ତୁମ ଡାକ୍ତର ଭାଇ ଯାହା ଗାଇଲେ, ତାହା ‘ହିଟ୍ ସେ ଭି ଜ୍ୟାଦା ହିଟ୍
ହୈ’ । ସେବା ଓ ସୁରର ଏକ ସ୧ିଶ୍ରଣ ରୋହନ, ବୃତିରେ ଜଣେ ଡାକ୍ତର ହୋଇ ବି ସଂଗୀତକୁ ସୁନ୍ଦର ଭାବେ ଆୟତ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୪ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ କରିଥିବା ରୋହନ୍ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କ ଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ
ତାଲିମ ନେଇଥିଲେ । ପିଲାବେଳେ କିଛି ଓଡ଼ିଆ ଭଜନ କ୍ୟାସେଟ୍ରେ ଏବେ ଗୀତିକାର ସ୍ମିତ ପ…ନାୟକଙ୍କ ରଚନାରେ ମ୍ୟୁଜିକ୍ ଭିଡ଼ିଓରେ କଣ୍ଠଦାନ କରିଛନ୍ତି । ଏହା ସହ ଓଡ଼ିଶା ଏବଂ ଓଡ଼ିଶା ବାହାରେ ବହୁ ମଂଚ, ବିଭିନ୍ନ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବିଭିନ୍ନ ମଂଚରେ ସଂଗୀତ ପରିବେଷଣ କରି ମଧ୍ୟ ସେ ପ୍ରଶଂସା ଓ ପୁରସ୍କାର ସାଉଁଟିଛନ୍ତି ।
ସଂଗୀତ ପ୍ରତି ତାଙ୍କର ଆଗ୍ରହ ଦେଖି ରୋହନଙ୍କ ପିତାମାତା, ଗୁରୁଜୀ ଓ ମେଡିକାଲ୍ କଲେଜର ଅଧ୍ୟାପକ-ଅଧ୍ୟାପିକାମାନେ ତାଙ୍କୁ ଉତ୍ସାହିତ କରିଥିଲେ । ଡାକ୍ତର ରୋହନ୍ଙ୍କର କ୍ଲାସିକାଲ୍, ସେମି କ୍ଲାସିକାଲ ଓ ମଡର୍ଣ୍ଣ ସବୁ ଗୀତ ଗାଇବାରେ ଦକ୍ଷତା ରହିଛି । ତାଙ୍କର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ରହିଛି । ସେ ‘ଅର୍ପଣ ବ୍ୟାଣ୍ଡ’ ସହ ବି ଯୋଡ଼ି ହୋଇ ରହିଛନ୍ତି । ୨୦୧୪ରେ ଏମ୍ବିସି ଟିଭି ପକ୍ଷରୁ ‘ସନ୍ତୁର ସିଙ୍ଗିଙ୍ଗ୍ ସୁପର୍ଷ୍ଟାର
ଜୁନିଅର’ର ଶ୍ରେଷ୍ଠ ଗାୟକ ଭାବେ ସେ ସ୧ାନିତ ହୋଇଥିବା ବେଳେ ୨୦୧୫ରେ ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର’ ସିଜନ-୨ରେ ଟପ୍-୨୦ରେ
ସ୍ଥାନ ପାଇଥିଲେ ।
ଡାକ୍ତର ରୋହନ କହିଛନ୍ତି ଡାକ୍ତରୀ ଶିକ୍ଷା ଏବଂ ସଂଗୀତ ଶିକ୍ଷା ଦୁଇଟି ଭିନ୍ନ ବିଷୟ । ଡାକ୍ତର ରୋହନ ଛୋଟ ପିଲାମାନଙ୍କର ଚିକିତ୍ସା କରିବା ସମୟରେ ଉଭୟର ମିଶ୍ରଣ କରିବାକୁ ଇଚ୍ଛା କରିଥାନ୍ତି । ସମ୍ ହସ୍ପିଟାଲ୍ରେ ଗୀତ ଗାଇ ସେ ରୋଗୀମାନଙ୍କ ଯବଣାକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତି ।
ଯେତେବେଳେ ସେ ଛୋଟ ପିଲାମାନଙ୍କୁ ଇଞ୍ଜେକ୍ସନ୍ ବା ସାଲାଇନ୍ ବା ଗ୍ଲୁକୋଜ ଦେବା ପାଇଁ ଛୁଂଚି ଫୋଡନ୍ତି ସେତେବେଳେ ସେ ପିଲାମାନଙ୍କ ଆଖିରେ ଭୟ ଏବଂ ଯବଣା ଅନୁଭବ କରିଥାନ୍ତି । ତେଣୁ ସେମାନଙ୍କ ଚିକିତ୍ସା ପୂର୍ବରୁ ସେ ଗୀତ ଗାଆନ୍ତି ଯାହା ଫଳରେ ସେମାନଙ୍କର ଯବଣା ହ୍ରାସ ହେବା ସହ ଭୟ ଦୂର ହୋଇଥାଏ ।
ଇଣ୍ଡିଆନ ଅଇଡଲ୍ ସିଜନ – ୧୪ରେ ଆସିଥିବା ସୁଯୋଗକୁ ହାତଛଡା କରି ନଥିଲେ ଡାକ୍ତର ରୋହନ । ପ୍ରଥମେ ଭୁବନେଶ୍ୱର ପରେ କୋଲ୍କାତା ଓ ମୁମ୍ବାଇରେ ଅଡିସନ୍ ଦେବା ସହ ବିଭିନ୍ନ ପର୍ଯ୍ୟାୟ ଦେଇ ସର୍ବଭାରତୀୟ ସ୍ତରରେ ୬୦ ଜଣଙ୍କ ମଧ୍ୟରେ ସେ ରହିଥିଲେ ।
You May Also Like
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ‘ସ୍ୱଚ୍ଛତା ହି ସେବା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟବର୍ତୀ ଜାହାନିଆ ସମୁଦ୍ରକୂଳରେ ସଫେଇ କରାଯାଇଛି ।...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍ଟରଷ୍ଟିସିଆଲ୍ ଇମ୍ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...