Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପ୍ରାର୍ଥୀପତ୍ର ଦାଖଲ କଲେ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ତାଙ୍କର ପ୍ରାଥି ପତ୍ର ଦାଖଲ କରିଛନ୍ତି । ଦୁଇଟି ସେଟ ଫାଇଲ କରିଛନ୍ତି । ତାଙ୍କର ପ୍ରସ୍ତାଵକ ରହିଛନ୍ତି ମୋହନ ଚରଣ ମାଝୀ ଏବଂ ଅନ୍ୟ ୯ ଜଣ । ତାଙ୍କର ଦୁଇଟି ଯାକ ସେଟ ଆମେ ଗ୍ରହଣ କରିଛୁ । ରସିଦ ବି ଦେଇଛୁ । ଆସନ୍ତା ପ୍ରାଥି ପତ୍ର ଯାଞ୍ଚ ରହିଛି । ଗୋଟିଏ ସେଟ ଗ୍ରହଣ କରିବା ପରେ ଦ୍ୱିତୀୟ ସେଟ ଦାଖଲ ବେଳେ ତାଙ୍କର କେତେକ ଜିନିଷ ପୂରଣ କରି ନଥିଲେ ସେଥିପାଇଁ ପ୍ରାଥି ପତ୍ର ଦାଖଲରେ ବିଳମ୍ବ ହେଲା । ବର୍ତ୍ତମାନ ଅନ୍ୟ କୌଣସି ପ୍ରାଥି ନାମାଙ୍କନ କରି ନାହାନ୍ତି । ଯଦି ନାମାଙ୍କନ ତିନୋଟି ହିଁ ରହିବ ତେବେ ନିର୍ବାଚନ ବା ଭୋଟିଂ ର ଆଉ ଆବଶ୍ୟକତା ନାହିଁ । ପ୍ରାର୍ଥୀପତ୍ର  ପ୍ରତ୍ୟାହାର ପ୍ରକ୍ରିୟା ରହିଛି ତାହା ପରେ ହିଁ ଘୋଷଣା ହେବ । ଅର୍ଥାତ ୨୦ ତାରିଖ ଦିନ ପ୍ରାର୍ଥୀପତ୍ର  ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଆମେ ଘୋଷଣା କରିବା ସହ ପ୍ରାଥି ମାନଙ୍କୁ ତାଙ୍କ ସାର୍ଟିଫିକେଟ ଦିଆଯିବ ବୋଲି କହିଛନ୍ତି ରାଜ୍ୟସଭା ନିର୍ବାଚନ ର ରିଟର୍ନିଙ୍ଗ ଅଫିସର ଅବନୀକାନ୍ତ ପଟ୍ଟନାୟକ। ଏପଟେ ପ୍ରାର୍ଥୀପତ୍ର ଦାଖଲ ପରେ  ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଓଡିଶାର ବିକାଶ ପାଇଁ କାର୍ଯ୍ୟକରିବେ।  ପୁଣି ଆଉ ଥରେ ଜନସାଧାରଣଙ୍କୁ ସୁଯୋଗ ଦେଇଥିବାରୁ  ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ.

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...