Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଜେଡିରେ ମିଶିଲେ ଗଣେଶ୍ୱର, କେନ୍ଦ୍ରାପଡ଼ାରୁ ହେବେ ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା. ସେ ଗତ ଏପ୍ରିଲ ଦୁଇ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ. ଆଜି ନିଜ ଶତାଧିକ ସମର୍ଥକଙ୍କ ସହ ବିରାଟ ପାଟୁଆରରେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି. ସେ ଦୁଇ ଥର କଂଗ୍ରେସରୁ ବିଧାୟକ ହୋଇଥିଲେ. ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ, ସଂଗଠନ ସମ୍ପାଦକଙ୍କ ପକ୍ଷରୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର. ସେ କହିଲେ, ଗଣେଶ୍ୱର ଭାଇଙ୍କ ପାଇଁ ଯେଉଁ ଭଲ ପାଇବା ଅଛି, ତାହା ରହୁ. ଗଣେଶ୍ୱର ଜଣେ ଓଡ଼ିଶାର ବିଶିଷ୍ଟ ନେତା. ସେ ପିସିସି ଉପସଭାପତି ଥିଲେ. Intellectual ଭାଷାର ସେ ପରିଭାଷା. 49 ଜଣ ପଂଚାୟତ ସଭାପତି ବି କଂଗ୍ରେସ ଛାଡି ବିଜେଡିରେ ମିଶିଲେ.
କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା କହିଲେ, ଗଣେଶ୍ୱେର ଜଣେ କ୍ରାନ୍ତିକାରୀ, ଲଢୁଆ ଓ ପୁରୁଖା ନେତା. ଆଜି ବିଜେଡି ତାଙ୍କୁ ପାଇ ବହୁତ ଖୁସି. ବିଶ୍ୱାସ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ସମସ୍ତେ ମିଳିମିଶି ଏହାକୁ ଆହୁରି ତ୍ୱରାନ୍ୱିତ କରିବା. କେନ୍ଦ୍ରାପଡ଼ା ଓ ଓଡ଼ିଶାର ବିକାଶ କରିବା.
କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରା କହିଲେ, ସମସ୍ତଙ୍କୁ ଶୁଭେଚ୍ଛା. ମୁଖ୍ୟମନ୍ତ୍ରୀଙ୍କ ବିକାଶରେ ଆକର୍ଷିତ ହୋଇ କଂଗ୍ରେସ ଛାଡି ବିଜେଡିରେ ମିଶିଲେ. ସେ ଆହୁରି ନିଷ୍ଠା ସହ କାମ କରିବେ. ତୃଣମୂଳ ସ୍ତରର ସଂଗଠନ ଆହୁରି ସଂଗଠିତ ହେବ.
ଗଣେଶ୍ୱର ବେହେରା କହିଲେ, ଆଜିର ମିଶ୍ରଣ ପର୍ବରେ ବିଜେଡିର ଯୋଗ ଦେଲି. ବିଜେଡି ସଭାପତି ନବୀନ ପଟ୍ଟନାୟକ ବିକାଶ ପୁରୁଷ, ତାଙ୍କୁ ନମସ୍କାର. ଆକାଶରୁ ବୋହୁ ଥିବା ଜଳ ଯେପରି ସମୁଦ୍ରରେ ମିଶେ, ଆଜିର ଏହି ସମ୍ବର୍ଦ୍ଧନା ମୋ ପାଇଁ ନୁହେଁ. ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ. ସେ ବିଶ୍ୱାସ କରନ୍ତି ଓଡ଼ିଶାର ବିକାଶ, ସମବିକାଶ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ବିକାଶରେ. ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡ଼ା ଓ ଓଡ଼ିଶା ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡିରେ ମିଶିଛି. ମୁଖ୍ୟମନ୍ତ୍ରୀ, କାର୍ତ୍ତିକ ପାଣ୍ଡ୍ୟାନ ଓ ସଂଗଠନ ସମ୍ପାଦକଙ୍କୁ ଧନ୍ୟବାଦ. ମୁଁ ଲୋକଙ୍କ ସେବା ଓ ଦଳ ପାଇଁ କାମ କରିବି, କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କାମ କରିବି. ମୋ ସହିତ କଂଗ୍ରେସ ଛାଡି ଆସିଥିବା ନେତାଙ୍କୁ ଧନ୍ୟବାଦ. ମୁଖ୍ୟମନ୍ତ୍ରୀଙ୍କ ପାଇଁ ଗୋଟେ କଥା, ଗୁଣ ଚି଼ହେଁ ଗୁଣିଆ…

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...