Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶିକ୍ଷକରୁ ସିଧା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ କିଛି ନୂଆ କଥା।

# କେନ୍ଦୁଝର ସଦର ବିଧାୟକ ” ମୋହନ ଚରଣ ମାଝୀ”।

# ୬.୧.୧୯୭୨ ମସିହାରେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ ରାଇକଳା ଗାଁରେ ଏକ ଗରିବ ପରିବାରରେ ମୋହନଙ୍କ ଜନ୍ମ ।

#ତାଙ୍କ ପିତା ଗୁନାରାମ ମାଝୀ ନିଜ ଗାଁ ରାଇକଳା ବିଦ୍ୟାଳୟ ରେ ପିଅନ ରୂପେ କାର୍ଯ୍ୟରତ ଥିଲେ ।

# ପିଲାଟି ବେଳୁ ସେ ତାଙ୍କ ମା ବାଲେଶ୍ଵରୀ ମାଝୀ ଙ୍କୁ ହରାଇଥିଲେ ।
ଘରର ବଡପୁଅ ଭାବେ ତାଙ୍କ ଉପରେ ପଡିଥିଲା ସମ୍ପୁର୍ଣ୍ଣ ପରିବାରର ଦାୟିତ୍ବ ।

#ତାଙ୍କ ତଳେ ତାଙ୍କ ର ଜଣେ ଭାଇ ପୂର୍ଣ୍ଣ ଚନ୍ଦ୍ର ମାଝୀ ଓ ଭଉଣୀ ରାସମଣୀ ମାଝୀ ଥିଲେ । କିଛି ବର୍ଷ ପୂର୍ବେ ଭାଇ ଓ ପିତା ମଧ୍ୟ ଇହଲୀଳା ତ୍ୟାଗକରି ଛନ୍ତି ।

# ନିଜ ଗାଁଠୁ ୫କିଲୋମିଟର ଦୂର ଝୁମ୍ପୁରାକୁ ସେ ଚାଲିଚାଲି ଯାଇ ଟିଉସନ୍ କରି ଘରର ଗୁଜୁରାଣ ମେଣ୍ଟାଉଥିଲେ ।

#ଗାଁ ବିଦ୍ୟାଳୟରେ ୭ମ ପର୍ଯ୍ୟନ୍ତ ପଢ଼ିବା ପରେ ସିଏ ଝୁମ୍ପୁରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପାଠ ପଢିଥିଲେ। ୧୯୮୭ ମସିହାରେ ମାଟ୍ରିକ ପାସ୍ କରିଥିଲେ ।

# ଏହାପରେ ଆନନ୍ଦପୁର ସରକାରୀ ମହାବିଦ୍ୟାଳୟ ରେ ୧୯୯୦ ମସିହାରେ+୨ କଳା ରେ ପାସ୍ କରିଥିଲେ।

#ଏହାପରେ ୧୯୯୩ ମସିହାରେ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ+୩ କଳା ପାସ୍ କରିଥିଲେ ।

#୨୦୧୧ ମସିହାରେ ସେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ରୁ LLB ପାସ୍ କରିଥିଲେ।

# କିଛିଦିନ ପାଇଁ ସିଏ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିକ୍ଷକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ।

# ପ୍ରଥମେ ନିଜଗ୍ରାମ ସମିତି ସଭ୍ୟ ରୂପେ ଠିଆହୋଇ ହାରିଥିଲେ ।

# ଏହାପରେ ୧୯୯୭ ମସିହାରେ ରାଇକଳା ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଜିତି ସେ ଆରମ୍ଭ କରିଥିଲେ ନିଜ ରାଜନୈତିକ କ୍ୟାରିୟର୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି ।

# ପ୍ରଥମେ ୨୦୦୦ ମସିହା, ପରେ ୨୦୦୪ ଓ ୨୦୧୯ ମସିହା ଓ ଏବେ ୨୦୨୪ ମସିହାରେ ଚତୁର୍ଥ ଥର ପାଇଁ ସଦର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

# ଏହାଛଡା ସିଏ ସରକାରୀ ଉପମୁଖ୍ୟ ସଚେତକ, ପବ୍ଲିକସ ଆକାଉଣ୍ଟ କମିଟି ର ଅଧ୍ୟକ୍ଷ ଓ ବିରୋଧୀ ଦଳ ର ମୂଖ୍ୟ ସଚେତକ ରୂପେ କାର୍ଯ୍ୟ ତୁଲାଇଥିଲେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...