Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସମ୍ମମ୍ ସର୍ଜନଙ୍କ ସଫଳ ଚିକିତ୍ସା, ଲାରିଙ୍ଗୋମାଲାସିଆରେ ପୀଡ଼ିତ ଶିଶୁ ସୁସ୍ଥ ହେଲା

ଭୁବନେଶ୍ୱର, ଜାନୁଆରୀ ୨୭ : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)ର ସର୍ଜନମାନେ ଲାରିଙ୍ଗୋମାଲାସିଆରେ ପୀଡ଼ିତ ଏକ ଶିଶୁକୁ ସଫଳତାର ସହ ଚିକିତ୍ସା କରିଛନ୍ତି । ଶିଶୁଟି ଜନ୍ମରୁ ଲାରିଙ୍ଗୋମାଲାସିଆ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଥିଲା ।
ଏଭଳି ରୋଗରେ ପୀଡ଼ିତ ଚାରି ମାସ ଶିଶୁର ଛାତି ଓ ବେକ ସହିତ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ପିତାମାତା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ରୋଗୀଟିକୁ ଶିଶୁ ଆଇସିୟୁକୁ ନିଆଯାଇଥିଲା ଏବଂ ପରବର୍ତୀ ମୂଲ୍ୟାୟନ ପାଇଁ ଡାକ୍ତର ଅଜୟ କୁମାର ଗାହାଣଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଇଥିଲା । ପରିବାର ଲୋକେ ସୂଚନା ଦେଇଛନ୍ତି ଯେ ଜନ୍ମରୁ ଶିଶୁର ଏକାଧିକ ଥର ଏହି ରୋଗର ଚିକିତ୍ସା କରାଯାଇଛି । ମାତ୍ର ଫଳପ୍ରଦ ହୋଇପାରି ନାହିଁ ।
ସିନିୟର କନ୍‌ସଲ୍‌ଟାଂଟ ତଥା ଇଏନ୍‌ଟି ଏବଂ ସ୍କଲ୍ ବେସ୍ ସର୍ଜରୀର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ଦ୍ୱାରା ଏକ ନମନୀୟ ବ୍ଲୋଙ୍କସ୍କୋପି କରାଯାଇଥିଲା ଯାହା ଦ୍ୱାରା ଜଣାପଡ଼ିଥିଲା ଯେ ଶିଶୁଟି ଲାରିଙ୍ଗୋମାଲାସିଆରେ ପୀଡ଼ିତ ଥିଲା, ଯେଉଁଥିରେ ଶିଶୁଟିର ଭୋକାଲ୍ କର୍ଡରେ ଫ୍ଲପି ଟିସୁ ବାୟୁପଥରେ ସମସ୍ୟା ସୃଷ୍ଟି କରିଥିଲା । ଏହା ଫଳରେ ନିଃଶ୍ୱାସ ପ୍ରଶ୍ୱାସରେ ଶବ୍ଦ ହୁଏ, ଯାହାକୁ ଷ୍ଟ୍ରାଇଡର କୁହାଯାଏ ।
ଯେହେତୁ ଶିଶୁଟି ଅମ୍ଳଜାନ ସହାୟତା ଆବଶ୍ୟକ କରୁଥିଲା ଏବଂ ନିମୋନିଆରେ ଆକ୍ରାନ୍ତ ହେଲା ଡାକ୍ତର ସାହୁଙ୍କ ପରାମର୍ଶ ଅନୁଯାୟୀ ସୁପ୍ରାଗ୍ଲୋଟୋପ୍ଲାଷ୍ଟି ନାମକ ଏକ ସର୍ଜିକାଲ ପଦ୍ଧତି କରିବାକୁ ନିଷ୍ପତି ନିଆଗଲା । ଦୀର୍ଘ ସମୟ ଧରି ଆଲୋଚନା ପରେ ଏଣ୍ଡୋସ୍କୋପିକ୍ ଏୟାରୱେ ସର୍ଜରୀ କରାଯାଇଥିଲା । ଡାକ୍ତର ସାହୁ ଏବଂ ତାଙ୍କ ଟିମ୍‌ର ଆନେସ୍‌ଥେସିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀଙ୍କ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଶିଶୁଟି ପରବର୍ତୀ ସମୟରେ କିଛି ଦିନ ପାଇଁ ଆଇସିୟୁରେ ରହି ସୁସ୍ଥ ହୋଇଥିଲା । ବର୍ତମାନ ଏହାର ଶ୍ୱାସକ୍ରିୟାରେ କୌଣସି ଅସୁବିଧା ନାହିଁ । ଶିଶୁଟି ସୁସ୍ଥ ହୋଇ ଖାଇବା ପିଇବା କରୁଥିବାରୁ ତାଙ୍କ ପିତାମାତା ଖୁସି ପ୍ରକଟ କରିଛନ୍ତି ।
ଡାକ୍ତର ସାହୁ କହିଛନ୍ତି ଯେ ଲାରିଙ୍ଗୋମାଲାସିଆ ପ୍ରାୟ ୮୦ ପ୍ରତିଶତ କ୍ଷେତ୍ରରେ ସାମାନ୍ୟ କିନ୍ତୁ ୧୦ ରୁ ୨୦ ପ୍ରତିଶତ କ୍ଷେତ୍ରରେ ଏହା ଗୁରୁତର ହୋଇପାରେ । ଏହି ରୋଗରେ ପୀଡ଼ିତ ଶିଶୁମାନେ ଶ୍ୱାସକ୍ରିୟାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସଠିକ୍ ଭାବରେ ଖାଇବାକୁ ଏବଂ ବଢ଼ିବାକୁ ଅସମର୍ଥ ହୋଇଥିଲେ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଶିଶୁଟିର ଡାକ୍ତରଖାନାରେ ମାଗଣାରେ ଅସ୍ତ୍ରୋପଚାର କରାଯାଇଥିଲା । ଅନେକ କଷ୍ଟସାଧ୍ୟ ବାୟୁପଥ ରୋଗର ସମାଧାନ ପାଇଁ ସମ୍ମମ୍ ଏକ କେନ୍ଦ୍ର ଭାବରେ ଉଭା ହୋଇଛି ବୋଲି ଡାକ୍ତର ସାହୁ କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଓଡ଼ିଶା ନ୍ୟୁଜ

ପୁରୀ: ଖୋଲିଲା ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲାଯାଇଛି। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି।  ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ।  ରତ୍ନ...