ଭୁବନେଶ୍ୱର, ୩୧/୧୦: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି । ନିକଟରେ ଅନ୍ଲାଇନ୍ରେ ଅନୁଷ୍ଠିତ ଭାରତୀୟ ଶିଶୁ ଚର୍ମ ରୋଗ ସଂଘର ବାର୍ଷିକ ସାଧାରଣ ସଭାରେ ଡାକ୍ତର ମୈତ୍ରେୟୀ ପଣ୍ଡାଙ୍କୁ ଜାତୀୟ ସ୍ତରରେ ଏହି ପଦ ନିମନ୍ତେ ମନୋନୀତ କରାଯାଇଛି ।
ପ୍ରଥମ ଥର ପାଇଁ ଓଡିଶାରୁ କେହି ଏହି ପଦବୀ ନିମନ୍ତେ ମନୋନୀତ ହୋଇଛନ୍ତି । ପ୍ରଫେସର ପଣ୍ଡାଙ୍କୁ ମିଳିଥିବା ଏହି ସମ୍ମାନ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଓଡ଼ିଶା ଚର୍ମ ଓ ଯୌନ ରୋଗ ସଂଘ ନିମନ୍ତେ ଏକ ଗୌରବର ବିଷୟ ।
ପ୍ରଫେସର ପଣ୍ଡା ଏକାଧାରରେ ଜଣେ ଦକ୍ଷ ଓ ଅଭିଜ୍ଞ ଡାକ୍ତର, ଶିକ୍ଷାବିତ୍ ଓ ଚିକିତ୍ସା ଓ ସେବା କ୍ଷେତ୍ରରେ ଜଣେ ସଫଳ ଦିଗଦର୍ଶକ । ରାଜ୍ୟ, ଦେଶ ଓ ଆନ୍ତର୍ଜାତୀୟ ସ୍ତରରେ ଚିକିତ୍ସା ଓ ସେବା କ୍ଷେତ୍ରରେ ତାଙ୍କର ଅବଦାନ ତଥା ତାଙ୍କ ଦ୍ୱାରା ପ୍ରସ୍ତୁତ ଶତାଧିକ ଲିଖିତ ପ୍ରକାଶନ (ପ୍ରେଜେଂଟେସନ୍ସ ଆଣ୍ଡ ପବ୍ଲିକେସନ୍ସ) ପ୍ରଶଂସିତ ଓ ପୁରସ୍କୃତ ହୋଇଛି ।
ପ୍ରଫେସର ପଣ୍ଡା ଏହା ପୂର୍ବରୁ ଜାତୀୟ ଚର୍ମ ଓ ଯୌନ ରୋଗ ସଂଘର ଏସ୍ଆଇଜି କନ୍ଭେନର ଭାବରେ ଓ ରାଜ୍ୟରେ ସଂପୃକ୍ତ ସଂଘର କର୍ମକର୍ତା ରହି ସଫଳ ଭାବେ କାର୍ଯ୍ୟଭାର ତୁଲାଇଥିବା ବେଳେ ପୂର୍ବରୁ ଏମ୍ସ ଭୁବନେଶ୍ୱରଠାରେ ଚର୍ମ ଓ ଯୌନ ବିଭାଗରେ ଆସିଷ୍ଟାଂଟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ ।
You May Also Like
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...
ବିଜିନେସ
ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...
ଅପରାଧ
କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...