Connect with us

Hi, what are you looking for?

Uncategorized

୧୧ ବର୍ଷରେ ସୋଆ କମ୍ୟୁନିଟି ରେଡିଓ

ଭୁବନେଶ୍ୱର , ୧୬/୧୦: ‘ରେଡିଓ’ରୁ ଭାସି ଆସୁଥିବା ସ୍ୱରରୁ ସାଧାରଣ ଲୋକଟିର ସକାଳ ଆରମ୍ଭ ହୋଇଥାଏ । ସମସ୍ତଙ୍କର ପାଖରେ ଖୁବ୍ ସହଜରେ ପହଂଚିଯାଏ ରେଡିଓର ସ୍ୱର । ରବିବାର ଏଗାର ବର୍ଷ ପୂରଣ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍‌ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ । ଏଗାର ବର୍ଷ ପୂର୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ସୋଆ ରେଡିଓ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ । ଜାତୀୟ ସ୍ତରରେ ସଫଳତା ପାଇଥିବା ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର କାର୍ଯ୍ୟଧାରା ଓ ଭୂମିକାକୁ ପ୍ରଫେସର ନନ୍ଦ ଉଚ୍ଚ ପ୍ରଶଂସା କରି ସାଧାରଣ ଲୋକର ଦୈନନ୍ଦିନ ଜୀବନରେ ରେଡିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ସୋଆ ରେଡ଼ିଓ ଭାବରେ ପରିଚିତ ଏହି କମ୍ୟୁନିଟି ରେଡ଼ିଓ ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରସାରଣ
କରିଥିବା ବେଳେ ବିଭିନ୍ନ ଶିକ୍ଷାବିତ୍‌, ଡାକ୍ତର, ବୈଜ୍ଞାନିକ ଏବଂ ଗବେଷକମାନଙ୍କର ମତକୁ ଜନହିତରେ ପ୍ରଚାର କରିଛି । ଏହା ସାଧାରଣ
ଲୋକମାନଙ୍କ ସହିତ ଜଡିତ ବିଷୟ ସହ ସଂପୃକ୍ତ ।
ଏହି ଅବସରରେ ସୋଆର କଟ୍ରୋଂଲର୍ ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର
ଜ୍ୟୋତି ରଂଜନ ଦାସ , ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଫେସର ମଞ୍ଜୁଳା ଦାସ ସୋଆ ରେଡ଼ିଓର କର୍ମଚାରୀମାନଙ୍କର ଉଚ୍ଚକୋଟୀର କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ସେହିପରି
ପ୍ରଫେସର ଜ୍ୟୋତି ରଂଜନ ଦାସ କହିଥିଲେ ଯେ ସମାଜକୁ ଆଗେଇ ନେବାରେ ଏକ ମାଧ୍ୟମ ଭାବେ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ଅନେକ ସ୍ଥାନରେ ଅନ୍ୟ ସୂଚନାକାରୀ ମାଧ୍ୟମ ପହଂଚିପାରୁ ନଥିବା ବେଳେ ରେଡ଼ିଓ ପହଂଚିଥାଏ ବୋଲି କହିବା ସହ ଉତମମାନର କାର୍ଯ୍ୟକ୍ରମ
ପରିବେଷଣ କରିବା ନିମନ୍ତେ ସୋଆ ରେଡିଓର ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଦେବ ନାରାୟଣ ସେଠୀ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ଏହି
୧୧ବର୍ଷର ଯାତ୍ରା ବିଷୟରେ କହିବା ସହିତ ଏହାର ସଫଳତା ନିମନ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସେହିପରି ଏହି କାର୍ଯ୍ୟକ୍ରମରେ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ରେ ପ୍ରସାରିତ ବିଭିନ୍ନ ବର୍ଗର କାର୍ଯ୍ୟକ୍ରମର ସଦସ୍ୟମାନଙ୍କୁ ସ୧ାନିତ
କରାଯାଇଥିଲା । ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ର ସଦସ୍ୟ ଓ ୟଙ୍ଗିସ୍ତାନ୍‌ର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର
‘ରକ୍ତସ୍ନାତା’ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା ।
ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ନିର୍ଦ୍ଦେଶକ ଶ୍ରୀମତି ହନି ପ…ନାୟକ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
ଆର୍‌ଜେ କୁମାରୀ ଶୁଭଶ୍ରୀ ରଥ, ଛାତ୍ର ଆର୍‌ଜେ ଓ ପ୍ରତିନିଧି ହୃଦୟରଂଜନ ପରିଡା ଏହି କାର୍ଯ୍ୟକ୍ରମରେ ଏକ ପିପିଟି ମଧ୍ୟ ଉପସ୍ଥାପନ କରିଥିଲେ ।
ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବାବେଳ, ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡ଼ିଓର ପ୍ରୋଗ୍ରାମ୍‌
କୋର୍ଡିନେଟର ଶ୍ରୀମତି ଶୁଭ୍ରସୀମା ମହାନ୍ତି ପରିଚାଳନା କରିଥିଲେ । ଆର୍‌ଜେ ରମାବଲ୍ଳଭ ଧନ୍ୟବାଦ ଅର୍ପଣ କରିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...