Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି।

ଏହି କ୍ରମରେ, ଆଜି ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ର କାନ୍‌ଭାସ୍‌ରେ ‘ଜୟ ହିନ୍ଦ୍’ ନାରା ସହ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଲହରାଇ ସମ୍ମାନ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଜାତୀୟ ପତାକା ଆମ ପାଇଁ ବହୁ ସମ୍ମାନ ଓ ଗୌରବର ବିଷୟ। ପ୍ରତ୍ୟେକ ଦେଶବାସୀଙ୍କୁ ଜାତୀୟ ପତାକାର ମହତ୍ୱ ବିଷୟରେ ସଚେତନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ଏହି ଅଭିଯାନରେ ପ୍ରତ୍ୟେକ ଓଡିଶାବାସୀ ଆଗଭର ହୋଇ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଏହା ସହିତ, କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ରାଜ୍ୟର କୋଣ ଅନୁକୋଣରେ ‘ସୁଭଦ୍ରା’ ପାଇଁ ଉତ୍ସାହ ବଢିଚାଲିଛି  #subhadra, #gharegharesubhadra ହେଉଛି ଭାଇରାଲ  ସମଗ୍ର ରାଜ୍ୟରେ ଆଜି ସୁଦ୍ଧା ୪୫ ଲକ୍ଷ ଫର୍ମ ହେଲାଣି ପଞ୍ଜିକରଣ  ‘ଘରେ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି । ତିନୋଟି ପ୍ରସ୍ତାବ ମଧ୍ୟରୁ ସରକାରୀ...

ଓଡ଼ିଶା ନ୍ୟୁଜ

   ସୁଭଦ୍ରା ଯୋଜନାର କ୍ରିୟାନ୍ୱୟନର ବଡ଼ ଦାୟିତ୍ୱ ପ୍ରଭାତୀଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ହାତରେ  ସୁଭଦ୍ରାକୁ ନେଇ ନିମାପଡାରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା  ପ୍ରଭାତୀଙ୍କୁ...

ଅନ୍ଯାନ୍ଯ

Bhubaneswar: The Metal Conclave 2024, held in Bhubaneswar, brought together industry leaders, policymakers, and experts for a day of insightful discussions on the future...