Connect with us

Hi, what are you looking for?

ବିଜିନେସ

ମୁମ୍ବାଇରେ ଖୋଲିଲା ୱାଲେଟ ଫର ୱେଲଥର ଶାଖା

ଭୁବନେଶ୍ୱର: ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ୱାଲେଟ ଫର ୱେଲଥର ମୁମ୍ବାଇ ଶାଖା ଆଜି ଉଦଘାଟିତ ହୋଇଯାଇଛି। ଏହାକୁ ଜିଆଣ୍ଟ ଗ୍ରୁପର ସଭାପତି ଲାଭକେଶ ଥକ୍କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଛନ୍ତି। ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ ନାଲକୋର ପୂର୍ବତନ ଏମଡି ତପନ ଚାନ୍ଦ। ଏହି ଅବସରରେ ସଂସ୍ଥାର ଏମଡି ତ୍ରିନାଥ ଲେଙ୍କା ଉପସ୍ଥିତ ଥିଲେ। ଏହି ଶାଖାକୁ ମିଶାଇ ସଂସ୍ଥାର ମୋଟ 10ଟି ଶାଖା ରହିଛି। 7ଟି ଓଡ଼ିଶାରେ ଆଉ3ଟି ଓଡିଶା ବାହାରେ ରହିଛି।

 ଓଡ଼ିଶାରେ ଅନେକ ସଫଳତା ସାଉଣ୍ଟିବା ପରେ ଦେଶର ମେଟ୍ରୋ ସହର ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ଏହି ସଂସ୍ଥା। ନିବେଶକଙ୍କ ବିଶ୍ୱାସଭାଜନ ହେବା ପରେ ଏବେ ନିଜ ନେଟୱର୍କ ସମ୍ପ୍ରସାରଣ କରି ହାତପାଆନ୍ତାରେ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି।  ୱାଲେଟ ଫର ୱେଲଥ ଯେଉଁଭଳି ଭାବରେ ଓଡ଼ିଶାରେ ଉଚ୍ଚକୋଟିର ସେବା ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଜୋର ଦେଇ ଆସୁଛି ଏଠାରେ ମଧ୍ୟ ତାହା ବଜାୟ ରହିବ ବୋଲି କହିଛନ୍ତି ଅତିଥି। 2016ରେ ଭୁବନେଶ୍ୱର ରେ ପ୍ରଥମ ଶାଖା ଖୋଲିଥିବା ଏହି ସଂସ୍ଥା ମାତ୍ର 6 ବର୍ଷରେ 10ଟି ଶାଖା ଖୋଲି ଲୋକଙ୍କୁ ଆର୍ଥିକ ସେବା ଯୋଗାଇ ଆସୁଛି। ଏହାର 7ଟି ଶାଖା ଓଡ଼ିଶାରେ ରହିଥିବା ବେଳେ 3ଟି ରାଜ୍ୟ ବାହାରେ ରହିଛି। ବିଶେଷ କରି ମ୍ୟୁଚୁଆଲ ଫଣ୍ଡ, ବୀମା, ଶେୟର ଟ୍ରେଡିଂ, ସ୍ୱାସ୍ଥ୍ୟ ବୀମା, ଇନକମ ଟ୍ୟାକ୍ସ, ଲୋନ ଭଳି ସେବା ଯୋଗାଇ ଆସୁଛି। ଏହି ଅବସରରେ ସଂସ୍ଥାର ଏମ ଡ଼ି ତ୍ରିନାଥ ଲେଙ୍କା ଯୋଗ ଦେଇ ୱାଲେଟ ଫର ୱେଲଥର ସଫଳତା ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ମତ ରଖିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଦେଶର ବଛା ବଛା ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ପୋରେଟ ହାଉସର ଅଧିକାରୀ ଯୋଡି ହୋଇଥିଲେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like