Connect with us

Hi, what are you looking for?

ଅନ୍ତର୍ଜାତୀୟ

ଦେଶରେ ଓମିକ୍ରନ ନେଲା ପ୍ରଥମ ଜୀବନ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ନେଲା ପ୍ରଥମ ଜୀବନ। ରାଜସ୍ଥାନର ଉଦୟପୁରରୁ ପ୍ରଥମ ମୃତ୍ୟୁ ଘଟିଛି। ତାଙ୍କର ବୟସ ୭୨ ବର୍ଷ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଓମିକ୍ରନ ଭାରିଆଣ୍ଟରେ ପ୍ରାଣ ହରାଇଥିବା ଉଦୟପୁରର ଏହି ବୃଦ୍ଧଙ୍କ ଡିସେମ୍ବର ୧୫ରେ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସୂଚନା ଅନୁଯାୟୀ ବୃଦ୍ଧ ମଧୁମେହ, ଉଚ୍ଚ ରକ୍ତଚାପ ପରି ଅନେକ ରୋଗରେ ପୂର୍ବରୁ ପୀଡିତ ଥିଲେ।  ଚିକିତ୍ସା ପରେ ଡିସେମ୍ବର ୨୧ରେ ତାଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଥିଲା।

ଡିସେମ୍ବର 25 ତାରିଖରେ ଜିନୋମ ସିକ୍ୟୁନ୍ସିଂର ସେ ଓମିକ୍ରନର ଶୀକାର ହୋଇଥିବା ଜଣା ପଡିଥିଲା। ତେବେ ଏହାର ଛଅ ଦିନ ପରେ ଅର୍ଥାତ ଡିସେମ୍ବର ୩୧ ଭୋର ସକାଳ ପ୍ରାୟ ସାଢେ ୩ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୃଦ୍ଧ ଟିକାର ଉଭୟ ଡୋଜ୍ ନେଇ ସାରିଥିଲେ।

ଉଦୟପୁରର ବୃଦ୍ଧଙ୍କ ମୃତ୍ୟୁ ଉପରେ ଉଦୟପୁର ଡିଭିଜନର ସିଏମଏଚଓ ଡ. ଦିନେଶ ଖରାଡି ଏହା ପୂର୍ବରୁ ସୂଚନା ଦେଇଥିଲେ ଯେ, କୋଭିଡ୍ ପରେ ନିମୋନିଆରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧଙ୍କ ଯାତ୍ରାକାଳୀନ ଇତିହାସ ବିଷୟରେ କୌଣସି ସୂଚନା ମିଳିନାହିଁ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...