Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମାଡ଼ିଲାଣି ଓମିକ୍ରନ, ତଥାପି ଟୀକା ନେଇନାହାନ୍ତି ୨୭ଲକ୍ଷ

ଭୁବନେଶ୍ୱର: ଗତକାଲି 1125ଟି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ରରେ 15ରୁ 18 ବର୍ଷ ବୟସ ବର୍ଗଙ୍କୁ ଟୀକାକରଣ କରାଯାଇଥିଲା । ଗୋଟିଏ ଦିନରେ 80 ହଜାରରୁ ଉର୍ଦ୍ଧ୍ବ କିଶୋର ଟୀକା ନେଇଥିଲେ । ଏହାକୁ ମିଶାଇ ମୋଟ 2 ଲକ୍ଷ 64 ହଜାର କିଶୋରଙ୍କ ଟୀକାକରଣ କରାଯାଇଛି ।
ବୟସ୍କ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କେଉଁ ଟୀକାର ବୁଷ୍ଟର ଡୋଜ ଦିଆଯିବ, ସେନେଇ ଏଯାଏ କେନ୍ଦ୍ରରୁ କୌଣସି ଲିଖିତ ଚିଠି ଆସିନି । ଯେଉଁମାନେ ଦୁଇ ଡୋଜ ଟୀକା ନେଇଛନ୍ତି, ସେମାନେ ବୁଷ୍ଟର ଡୋଜ ଲାଗି ନିଜର ମୋବାଇଲ ନମ୍ବର ଦେବା ପରେ ପୁରୁଣା ତଥ୍ୟ ଆସିବା ପରେ ବୁଷ୍ଟର ଡୋଜ ନେଇପାରିବେ ।
ଏଯାଏ ରାଜ୍ୟରେ 27 ଲକ୍ଷ ଲୋକ ପ୍ରଥମ ଡୋଜ ନେଇନାହାନ୍ତି । ସେହିଭଳି 26 ଲକ୍ଷ ଲୋକ ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ନେଇନାହାନ୍ତି । ସେମାନଙ୍କ ଟୀକାକରଣ ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାାଣିଗ୍ରାହୀ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like