Connect with us

Hi, what are you looking for?

Uncategorized

ଜୁଲାଇ 25ରେ ବିଦ୍ୟୁତ ସତ୍ୟାଗ୍ରହ

ଭୁବନେଶ୍ୱର :- ତା 18 ରିଖ, ଖାଦ୍ୟ,ବସ୍ତ୍ର ଓ ବାସଗୃହ ଭଳି ବିଜୁଳି ମଧ୍ୟ ଆଜିର ଦିନରେ ଆମ ପାଇଁ ଏକ ମୌଳିକ ଆବଶ୍ୟକତା | ହେଲେ ରାଜ୍ୟରେ ମନଇଛା ବିଜୁଳି ବିଲ ଆଦାୟ ,ମହଙ୍ଗା ବିଜୁଳି ,ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପୁଣି ଆରମ୍ଭ କଲେଣି ଆଗୁଆ ବିଜୁଳି ବିଲ ଆଦାୟ ବ୍ୟବସ୍ଥା | ଭୁଷୁଡ଼ା ବିଦ୍ୟୁତ ବିଭାଗ, ଭଙ୍ଗା ଖୁଣ୍ଟି ଛିଣ୍ଡା ତାରରେ ଯୋଗାଯାଉଛି ଉନ୍ନତମାନର ବିଦ୍ୟୁତ ସେବା !
ରାଜ୍ୟର ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ହେଉଛନ୍ତି ହନ୍ତସନ୍ତ !
ବିଦ୍ୟୁତ ଶୁଳ୍କ ବଢି ବଢି ଚାଲିଛି, ଏହାର ଦୃଢ ପ୍ରତିବାଦ କରିବାକୁ ସମସ୍ତେ ଆଗେଇ ଆସନ୍ତୁ l
ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କୁ ଉନ୍ନତମାନର ବିଦ୍ୟୁତ ଯୋଗାଇବା ପାଇଁ ରାଜ୍ୟ ବିଦ୍ୟୁତ ବୋର୍ଡ଼ କୁ ଭାଙ୍ଗି ବିଦ୍ୟୁତ ବିଭାଗରେ ସଂସ୍କାର କରାଗଲା | ମୂଳ ଲକ୍ଷ ଥିଲା ଭିତ୍ତିଭୂମି ଅର୍ଥାତ ବିଦ୍ୟୁତ ଖୁଣ୍ଟ, ବିଦ୍ୟୁତ ତାର, ଟ୍ରାନ୍ସଫର୍ମର ଗୁଡିକ କେନ୍ଦ୍ରୀୟ ଇଲେକଟ୍ରିସିଟି ଅଥରିଟିଙ୍କ ନିୟମ ଅନୁଯାୟୀ ନିର୍ମାଣ ଓ ପରିବର୍ତ୍ତନ କରି ଉନ୍ନତ ମାନର ୨୪ ଘଣ୍ଟିଆ ବିଦ୍ୟୁତ ସେବା ଗ୍ରାହକଙ୍କ ପାଖରେ ପହଞ୍ଚାଇବା | ଘରୋଇ କମ୍ପାନୀମାନଙ୍କୁ ଏହି ବ୍ୟବସାୟରେ ଅର୍ଥ ଖଟାଇବାକୁ ଆକୃଷ୍ଟ କରିବା | ୧୯୯୯ ମସିହାରେ ରାଜ୍ୟରେ ୪ଟି ବିତ୍ତରଣ କମ୍ପାନୀ CESCO , NESCO , WESCO , SOUTHCO ଗଠନ କରାଯାଇ ଘରୋଇ କମ୍ପାନୀ ମାନଙ୍କୁ ୧୯୯୯ ମସିହାରେ ଏହି କାମ କରିବାକୁ ଦିଆଗଲା | ହେଲେ ସଂସ୍କାରର ୨୩ ବର୍ଷ ବିତି ଯାଇଥିଲେ ମଧ୍ୟ ଅପାରଗତା ଦୁର୍ନୀତିଖୋର ଅଫିସରଙ୍କ ପାଇଁ ଆଜି ବିଦ୍ୟୁତ ବିଭାଗ ସମ୍ପୂର୍ଣ ଭୁଶୁଡି ପଡିଛି | ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରାଜ୍ୟରେ ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଗ୍ରାହକ ଭଙ୍ଗା ଖୁଣ୍ଟ, ତାର, ପୁରୁଣା ଟ୍ରାନ୍ସଫର୍ମର ଦ୍ୱାରା ବର୍ତ୍ତମାନ ବିଦ୍ୟୁତ ପାଉଛନ୍ତି | ଯାହାଫଳରେ ଲାଇନ ଟ୍ରିପ କରୁଛି କହି ସରକାର ଗ୍ରାହକଙ୍କୁ ଭୁଆଁ ବୁଲାଉଛନ୍ତି | ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ସର୍ବ ଭାରତୀୟ ସ୍ତରରୁ ଅଧିକ ହେଲାଣି | ବିଦ୍ୟୁତ ବିତରଣ ଜନିତ କ୍ଷତି ମଧ୍ୟ କମିବାର ନାହିଁ | ହେଲେ ଏଥିପାଇଁ ଦାୟୀ କିଏ ? କିଏ କଲା ବାଟମାରଣା ସେସବୁର ପରଦାଫାସ କରିବାକୁ ଉପୋଭୋକ୍ତା ମହାସଂଘ ଓ ଆମ ଜନତା ଅଧିକାର ମଞ୍ଚ ଏକ ପ୍ରୟାସ ଆରମ୍ଭ କରିଛି | ରାଜ୍ୟମୁଖ୍ୟସଚିବଙ୍କୁ୨୮.୦୬.୨୦୧୩ ଦିନ ଏକ ତଥ୍ୟ ସମ୍ମିଳିତ ଚିଠି ଲେଖାଯାଇ ତୁରନ୍ତ ପ୍ରତିକାର ଦାବି କରାଯାଇଛି | ପ୍ରଥମ ପର୍ଯ୍ୟାୟରେ ପ୍ରତିବାଦ ସ୍ୱରୂପ ରାଜଭବନ ସମ୍ମୁଖରେ ଚଳିତ ମାସ 25ତାରିଖ ରେ ଏକ ବିଦ୍ୟୁତ ସତ୍ୟାଗ୍ରହର ଡାକରା ଦିଆଯାଇଛି | ନିରବଛିନ୍ନ ଓ ସୁଲଭ ମୂଲ୍ୟରେ ବିଜୁଳି ଯୋଗାଣ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ବୁଦ୍ଧିଜୀବୀଙ୍କ ସହିତ ଉପଭୋକ୍ତା ମାନେ ଏହି ବିଦ୍ୟୁତ ସତ୍ୟାଗ୍ରହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l
୭ଦଫା ଦାବି ନେଇ ସତ୍ୟାଗ୍ରହ ପାଇଁ ମିଶନ ଓଡିଶା@2036 ଦ୍ୱାରା ଉପୋଭୋକ୍ତା ମହାସଂଘ ଓ ଆମ ଜନତା ଅଧିକାର ସହ ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନେ ଯୋଗଦେବେ l

  1. ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ବିଗତ 23 ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଥିବା ସମସ୍ତ ଅର୍ଥର ବିଧିବଧ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |
  2. ରାଜ୍ୟ ସରକାର ଟାଟା ପାୱାର ପ୍ରତ୍ୟେକ ବିତରଣ କମ୍ପାନୀ କୁ ମିଳିତ ଭାବେ ପରିଚାଳନା କରୁଥିବା ଦୃଷ୍ଟିରୁ ଟାଟା ଉପଭୋକ୍ତାଙ୍କ ଠାରୁ ବେଆଇନ ଭାବେ ଯେଉଁ ଅର୍ଥ ଆଦାୟ କରୁଛି ତାହାର ତଦନ୍ତ କରାଯାଉ |
  3. ଭିତ୍ତିଭୂମି ଅଭାବଯୋଗୁ ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ଉନ୍ନତମାନର ନିରବଛିନ୍ନ ବିଦ୍ୟୁତ ଯୋଗାଇବାରେ ସରକାର ତଥା ବିତରଣ କମ୍ପାନୀ ବିଫଳ ହୋଇଥିବାରୁ ପ୍ରତ୍ୟେକ ବିଦ୍ୟୁତ ଗ୍ରାହକଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ବାବଦରେ ତୁରନ୍ତ ପ୍ରଦାନ କରନ୍ତୁ |
  4. ରାଜ୍ୟ ସରକାର ଷାଠିଏ ହଜାର କୋଟିରୁ ଅଧିକ ଟଙ୍କା ED (Electricity Duty ) ବାବଦରେ ଅର୍ଥ ଆଦାୟ କରିଛନ୍ତି l କିନ୍ତୁ ଗ୍ରାହକଙ୍କୁ ଯେଉଁ ଅଧିକ ବିଦ୍ୟୁତ ମୂଲ୍ୟ ଦେବାକୁ ପଡୁଛି ତାକୁ କମ କରୁନାହାନ୍ତି | ତୁରନ୍ତ ସର୍ବ ଭାରତୀୟ ସ୍ତରରୁ କମ ମୂଲ୍ୟରେ ବିଦ୍ୟୁତ ଦର ନିର୍ଦ୍ଧାରଣ କରି ଉପଭୋକ୍ତାଙ୍କୁ ଯୋଗାଣ ପାଇଁ ବ୍ୟବସ୍ଥା କରନ୍ତୁ l
  5. ରାଜ୍ୟ ସରକାର ଅନ୍ୟ ରାଜ୍ୟ ପରି 2009 ମସିହାରେ OERC ର ପରାମର୍ଶକୁ ଗ୍ରହଣ କରି ସବସିଡି ଦେଇ ପ୍ରତ୍ୟେକ ଉପଭୋକ୍ତାଙ୍କୁ ବିନାମୁଲ୍ୟରେ 200 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଇ ଦିଅନ୍ତୁ |
  6. ରାଜ୍ୟ ବାହାର ଠିକାଦାର ମାନଙ୍କୁ କାମ ନ ଦେଇ ଓଡ଼ିଶାର ଠିକାଦାର ମାନଙ୍କୁ ନିର୍ମାଣ କାର୍ଯ୍ୟ ଦିଆଯାଉ |
  7. ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ମାନଙ୍କ ଦରମା ଏବଂ ଅନନ୍ୟା ସୁବିଧା ଟାଟା ପାୱାରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଦରମା ସହ ସମାନ କରାଯାଉ l

ଏହି ବିଦ୍ୟୁତ ସତ୍ୟଗ୍ରହ ମିଶାଣଓଡିଶା@2036 ପାଇଁ ଆବାହକ ବାସୁଦେବ ଭଟ୍ଟ, ଆମଜନତା ଅଧିଜାର ଆବାହଜ ମନୋଜ ଜେନା, ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଙ୍କ ମିଳିତ ନେତୃତ୍ୱରେ କରାଯିବା ସହ ଆଗାମୀ ଦିନରେ ଏ ଲଢେଇ ରାଜ୍ୟ ସାରା କରାଯିବାପାଇଁ ବ୍ୟବସ୍ଥା କରାଯାଇଥିବା ଏହାର ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ଓ କୋଷାଧକ୍ଷ ଅଶୋକ ଜେନା ଏକ ପ୍ରେସ ବିଜ୍ଞପ୍ତିରେ କହଛନ୍ତି l

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...