Connect with us

Hi, what are you looking for?

ଜାତୀୟ

ଘୋଷଣା ହେଲା ୫ ରାଜ୍ୟର ନିର୍ବାଚନ

ନୂଆଦିଲ୍ଲୀ: ଘୋଷଣା ହେଲା ୫ ରାଜ୍ୟର ନିର୍ବାଚନ ତାରିଖ। ମୋଟ ୭ଟି ପାର୍ଯ୍ୟୟରେ ହେବ ନିର୍ବାଚନ। ନିର୍ବାଚନ ଫେବୃୟାରୀ 10 ତରିଖରୁ ଆରମ୍ଭ ହେବ। ମାର୍ଚ୍ଚ 10 ରେ ଭୋଟ ଗଣତି ହେବ। ସମୁଦାୟ 7ଟି ପର୍ଯ୍ୟୟ ହେବ ନିର୍ବାଚନ।

ଗୋଆ , ଉତ୍ତରାଖଣ୍ଡ, ପଞ୍ଜାବ ଗୋଟିଏ ପର୍ଯ୍ୟାୟରେ ଶେଷ ହେବ। ଫେବୃୟାରୀ 14 ରେ ଦ୍ଵିତୀୟ ପର୍ଯ୍ୟୟ ନିର୍ବାଚନ ହେବ।

ମଣିପୁର ୨ ଟି ପର୍ଯ୍ୟୟରେ ନିର୍ବାଚନ ଶେଷ ହେବ। ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ ତାରିଖରେ ହେବ ନିର୍ବାଚନ।

ଉତ୍ତରପ୍ରଦେଶ ରେ ୭ଟା ପାର୍ଯ୍ୟୟରେ ହେବ ନିର୍ବାଚନ। ଫେବୃୟାରୀ ଫେବ୍ରୁଆରୀ ୧୦ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ଫେବୃଆରୀ ୧୪ରେ ଦ୍ଵିତୀୟ ପର୍ଯ୍ୟାୟ, ଫେବୃଆରୀ ୨୦ରେ ତୃତୀୟ, ୨୩ରେ ଚତୁର୍ଥ, ୨୭ରେ ପଞ୍ଚମ, ମାର୍ଚ୍ଚ ୩ରେ ଷଷ୍ଠ ଏବଂ ମାର୍ଚ୍ଚ ୭ରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗଣତି ହେବ। ମାର୍ଚ୍ଚ ୧୦ରେ ଭୋଟ୍ ଗଣତି।

ୟୁପି ସମେତ ସମସ୍ତ ୫ ରାଜ୍ୟରେ ଭୋଟିଂ ସମୟ ଏକ ଘଣ୍ଟା ବଢାଇ ଦିଆଯାଇଛି। ଏହା ବ୍ୟତୀତ ସମସ୍ତ ରାଜ୍ୟରେ ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି ପ୍ରକାରର ରାଲି, ରୋଡ୍ ଶୋ,  ବାଇକ୍ ରାଲି, ଜନସଭା ଉପରେ ରୋକ୍ ଲଗାଯାଇଛି। କେବଳ ଭର୍ଚୁଆଲ ରାଲିକୁ ଆୟୋଗ ଅନୁମତି ଦେଇଛନ୍ତି। ଜାନୁଆରୀ ୧୫ରେ ପରିସ୍ଥିତି ସମୀକ୍ଷା କରାଯିବ। ଯଦି ସ୍ଥିତି ନିୟନ୍ତ୍ରଣରେ ଥିବ ତେବେ କଟକଣାରେ କିଛି କୋହଳ କରାଯିବ। ଏହା ବାଦ୍ ନିର୍ବାଚନ ସମାପ୍ତି ପରେ କୌଣସି ପ୍ରକାରର ବିଜୟ ଶୋଭା ଯାତ୍ରା ବାହାର କରାଯାଇ ପାରିବ ନାହିଁ।

ମୁଖ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ସମୟରେ କରୋନା ନିୟମ କଡାକଡି ପାଳନ ଉପରେ ଗୁରୁତ୍ଵାରୋପ କରିଛନ୍ତି। ନିର୍ବାଚନରେ ସମସ୍ତ କର୍ମଚାରୀଙ୍କ ଦୁଇ ଡୋଜ୍ ଭ୍ୟାକ୍ସିନ ଜରୁରୀ। ଉତ୍ତରାଖଣ୍ଡ ଏବଂ ଗୋଆର ଅଧିକାଂଶ ଜନତା ଟିକାର ଦୁଇ ଡୋଜ୍ ନେଇ ସାରିଥିବା ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା କହିଛନ୍ତି। ୟୁପିରେ ୯୦ ପ୍ରତିଶତରୁ କମ ଜନତା ଟିକା ନେଇଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି, ନିର୍ବାଚନ ସମୟରେ ବେଆଇନ ଅର୍ଥ ଏବଂ ମଦ ଉପରେ କଡା ନଜର ରଖାଯିବ। ଏହା  ବ୍ୟତୀତ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରାଥୀଙ୍କୁ ଅନଲାଇନ୍ ନାମାଙ୍କନ ମଞ୍ଜୁରୀ ଦିଆଯାଇଛି। ନିର୍ବାଚନ ତାରିଖ ଘୋଷଣା ସହିତ ୫ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...