Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ

ଭୁବନେଶ୍ୱର, ୧୪/୩: ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ କଳିଙ୍ଗ ବୀରାଙ୍ଗନା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱାସ୍ଥ୍ୟ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସମାଜ ସେବା, ଶିକ୍ଷା ଓ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଭିନ୍ନ ବର୍ଗର ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରବିବାର ପୁରୀ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଲିମ୍ପିଆନ୍ ଶ୍ରୀମତି ଅନୁରାଧା ବିଶ୍ୱାଳ, ନୃତ୍ୟ ଶୀଳ୍ପି ଶ୍ରୀ ଶାଶ୍ୱତ ଯୋଶୀ ଏବଂ କଳିଙ୍ଗ ବିରାଙ୍ଗନା ପୁରସ୍କାରର ଉପଦେଷ୍ଟା ଶ୍ରୀମତି ପ୍ରିତିଛନ୍ଦା ଧଳ ଯୋଗ ଦେଇ ଏହି ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ସମାଜ ସେବୀ ଶ୍ରୀମତି ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମ୍ କୋଭିଡ୍ ହସ୍ପିଟାଲ୍‌ର ନର୍ସିଂ ଇନ୍‌ଚାର୍ଜ ତଥା କୋଭିଡ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକ୍‌, ସାମ୍ବାଦିକତା କ୍ଷେତ୍ରରେ ଟାଇମ୍ ଅଫ୍ ଇଣ୍ଡିଆର ଆସିଷ୍ଟାଂଟ ଏଡିଟର୍ ଶ୍ରୀମତି ମିନତୀ ସିଂହ, ସାହିତ୍ୟ କ୍ଷେତ୍ରରେ ସାହିତ୍ୟିକା ଶ୍ରୀମତି ହିରଣ୍ମୟୀ ମିଶ୍ର, ରାଜନୀତି କ୍ଷେତ୍ରରେ ଶ୍ରୀମତି ସସ୍ମିତା ସାହାଣୀ, ସମାଜ ସେବା କ୍ଷେତ୍ରରେ ଶ୍ରୀମତି ରିନା ସାହୁ, ଶିକ୍ଷା କ୍ଷେତ୍ରରେ ଶ୍ରୀମତି ଝିଲ୍‌ମିଲ୍ ସାହୁ ଏବଂ ଅଭିନୟ କ୍ଷେତ୍ରରେ କୁମାରୀ ଜାଗୃତି ରଥଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ କଳିଙ୍ଗ ଵୀରାଂଗନା ପୁରସ୍କାର ଚୟନ କମିଟି ର ଉପଦେଷ୍ଟା ଶ୍ରୀମତୀ ପ୍ରିତିଛନ୍ଦା ଧଳ ଓ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଡ଼ଃ ସଂଘମିତ୍ରା ପତି |

ସେହିପରି ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ମହିଳା କାର୍ ର‌୍ୟାଲିର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ଫୁଲନଖରା ଆଦିତ୍ୟ ମହିନ୍ଦ୍ରା ଶୋ ରୁମ ନିକଟରୁ ଆରମ୍ଭ ହୋଇଥିବା ଏହି ର‌୍ୟାଲିରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ, ଖଣ୍ଡପଡାର ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଓ ସେବା ପ୍ରୟାସ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁୁବୁଦ୍ଧି ଯୋଗ ଦେଇ ଏହି କାର୍ ର‌୍ୟାଲିର ଫ୍ଲାଗ୍ ଅଫ୍ କରିବା ସହ ମହିଳା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ ର‌୍ୟାଲି ଫୁଲନଖରା ଠାରୁ ଆରମ୍ଭ ହୋଇ ପୁରୀ ସାତସଙ୍ଖ ଦେଇ ୱଣ୍ଡର୍ ୱାର୍ଲ୍ଡ ୱାଟର ପାର୍କଠାରେ ଶେଷ ହୋଇଥିଲା । ସାତଶଂଖ ଠାରେ ଥିବା ରୟାଲ ପାମ ରିସୋର୍ଟ ପକ୍ଷରୁ ଅତିଥି ଓ ପ୍ରତିଯୋଗୀ ମାନଙ୍କୁ ଅତିଥ୍ୟତା ପ୍ରଦାନ କରାଯାଇଥିଲା |ଦୀର୍ଘ ୮୦ କିମି ଅତିକ୍ରମ କରି ଏହି କାର୍ ର‌୍ୟାଲି ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ୫୦ ଜଣ ମହିଳା । ଏହି କାର୍ ର‌୍ୟାଲି ପ୍ରତିଯୋଗିତାର ଜୁରୀ ଭାବେ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ, ରୋଟାରିଆନ୍ ଶ୍ରୀମତି ଜୟଶ୍ରୀ ମହାନ୍ତି, ସୁଶ୍ରୀ ସିନି ମହାନ୍ତି ଏବଂ ଶ୍ରୀ ରଞ୍ଜନ ଜୟଶ୍ୱାଲ୍ ।
ପ୍ରତିଯୋଗୀମାନଙ୍କ ମଧ୍ୟରୁ କର୍ଣ୍ଣେଲ୍ ସୋନାଲି ରଥ ବିଜୟୀ ହୋଇଥିବା ବେଳେ ଶ୍ରୀମତି ସନ୍ତୋଷି ସାହୁ ଫାଷ୍ଟ ରନର୍‌ଅପ୍ ଏବଂ ଶ୍ରୀମତି ଅର୍ଚ୍ଚନା ପଟ୍ଟନାୟକ ସେକେଣ୍ଡ ରନର୍‌ଅପ୍ ଭାବେ ବିଜୟ ହାସଲ କରିଥିଲେ । ଶ୍ରୀମତି ଶ୍ରଦ୍ଧା ମହାପାତ୍ର ଓ ମୀତା ମାନାଙ୍କୁ ସାନ୍ତ୍ୱନାମୂଳକ ସମ୍ମାନ ପ୍ରଦାନ କରାଯାଇଥିଲା । ବିଜୟୀ ପ୍ରତିଯୋଗୀମାନଙ୍କୁ ଡକ୍ଟର ପତି, ଶ୍ରୀ ସିଂହ, ଶ୍ରୀମତି ବିଶ୍ୱାଳ ଓ ଶ୍ରୀ ଯୋଶୀ ପୁରସ୍କାର ପ୍ରଦାନ କରିଥିଲେ ।
| ସେହିପରି ସମସ୍ତ ସହଯୋଗୀ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ର ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସେବା ପ୍ରୟାସ ଫାଉଣ୍ଡେସନ୍‌ର ଉପଦେଷ୍ଟା ଶ୍ରୀମତି ଅହଲ୍ୟା ସୁବୁଦ୍ଧି ଉପସ୍ଥିତ ଥିବା ବେଳେ ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...