Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଜେଡି ମେୟର ପ୍ରାର୍ଥୀ ସୁଲୋଚନାଙ୍କ ଦମଦାର ପ୍ରଚାର ଆଗରେ ଫେଲ ମାରୁଛି ବିଜେପି

ଭୁବନେଶ୍ଵର: ପ୍ରଚାରର କମ୍ପୁଛି ରାଜଧାନୀ।  ଦୁଲୁକୁଛି ପ୍ରତିୱାର୍ଡ। ପ୍ରଚାରରେ ଆଗରେ ରହିଛି ବିଜେଡି।   ବିଜେଡି ମେୟର ପ୍ରାର୍ଥୀ  ସବୁ ଅଞ୍ଚଳକୁ ଗୋଟେ ରାଉଣ୍ଡ କଭର କରିସାରିଲେଣି।  ସୁଲୋଚନା ଦାସ ଏକାମ୍ର ବିଧାନସଭା କ୍ଷେତ୍ରରେ ବ୍ୟାପକ ପ୍ରଚାର କରିଛନ୍ତି।

ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଶ୍ରୀମତୀ ଦାସ ପୂର୍ବାହ୍ନରେ ୱାର୍ଡ ନମ୍ୱର ୪୯ର ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ଠାରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ । ଶୋଭଯାତ୍ରା ସମୟରେ ବିଜେଡି ସପକ୍ଷରେ ସମର୍ଥକମାନେ ବିଭିନ୍ନ ସ୍ଳୋଗାନ ଦେବା ସହ ପୁଷ୍ପ ମାଲ୍ୟ ଓ ପୁଷ୍ପ ବର୍ଷା କରି ମେୟର ପ୍ରାର୍ଥୀଙ୍କୁ ସ୍ଵାଗତ କରିବା ସହ ଆଗାମୀ ନିର୍ବାଚନରେ ବିଜେଡିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇ ଆଣିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

ସେଠାରୁ ଖଣ୍ଡଗିରି ବାରି ଅଞ୍ଚଳ ଯାଇ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ । ପ୍ରଚାର ସମୟରେ ଦଳୀୟ ନେତା ଓ କର୍ମୀଙ୍କ ସହ ସ୍ଥାନୀୟ ଜନତା ବିପୁଳ ସଂଖ୍ୟାରେ ଯୋଗଦେଇଥିଲେ । ଏହାପରେ ଶ୍ରୀମତୀ ଦାସ ଜଗନ୍ନାଥ ବିହାର ଅଞ୍ଚଳରେ ବୁଲି ପ୍ରଚାର ଜୋରଦାର କରିଥିଲେ ।

ଅପରାହ୍ନରେ କିନ୍ନର ସଂଘ ଦ୍ଵାରା ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇ ସେମାନଙ୍କ ଠାରୁ ମଧ୍ୟ ପୁର୍ଣ୍ଣ ସମର୍ଥନ ଆଶା କରିଥିଲେ । ତାପରେ ୱାର୍ଡ ନମ୍ୱର ୪୫ର ଲକ୍ଷ୍ମୀସାଗର ଠାରେ ଶୋଭାଯାତ୍ରା କରି ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଗାମୀ ନିର୍ବାଚନରେ ବିଜେଡିକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ ।

ଏହି ଶୋଭାଯାତ୍ରାରେ ଶ୍ରୀମତୀ ଦାସ ୱାର୍ଡ ନମ୍ୱର ୪୪ ଏବଂ ୫୭ର ବିଭିନ୍ନ ଅଞ୍ଚଳ ବୁଲି ସାଧାରଣ ଜନତାଙ୍କୁ ସାକ୍ଷାତ କରି ଆଗାମୀ ନିର୍ବାଚନରେ ସେମାନଙ୍କର ସହଯୋଗ କାମନା କରିଥିଲେ । ପରିଶେଷରେ ୱାର୍ଡ ନମ୍ୱର ୫୮ର ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରା କରି ସାଧାରଣ ଜନତାଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଥିଲେ । ମାରାଥନ ପ୍ରଚାର ସମୟରେ ଶ୍ରୀମତୀ ଦାସ  ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ପାଇଁ ରହିଥିବା ବିଭିନ୍ନ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟର ଅବତାରଣା କରିଥିଲେ ଓ ଏହାକୁ ସଫଳ ରୂପାୟନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଭୁବନେଶ୍ଵରରେ ବିଜେଡି ଘନ ଘନ ପ୍ରଚାର କରୁଥିବେଳେ ବିଜେପି ପ୍ରାର୍ଥୀଙ୍କ ର କିନ୍ତୁ ସୋର ଶବ୍ଦ ଶୁଭୁନି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like