Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ଅକ୍ଷୟ ତୃତୀୟା । ଅନୁକୂଳର ମହାପର୍ବ । ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ ଆଜିର ଦିନ । ଚାଷ ଜମିରେ ପୂଜାର୍ଚ୍ଚନା ସହ ଅଖି ମୁଠି ଅନୁକୂଳ କରିଛନ୍ତି ଚାଷୀ । ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିଛନ୍ତି ଚାଷୀମାନେ । ଆଜିଠୁ କୃଷିଭିତ୍ତିକ କାମର ମୂଳଦୁଆ ପଡିଥାଏ । ହଳଦୀ, ଚନ୍ଦନ, ସିନ୍ଦୂର ଲଗାଇ ଧାନ ବିହନପୂର୍ଣ୍ଣ ନୂଆ ଗଉଣି ଓ ଟୋକେଇକୁ ପାଟବସ୍ତ୍ରରେ ସଜାଇ ଜମିରେ ଅଖି ମୁଠି ଅନୁକୂଳ ହୋଇଛି ।

ଅକ୍ଷୟ ତୃତୀୟା ଅବସରରେ କୃଷିମନ୍ତ୍ରୀ ଅରୁଣ ସାହୁ କୃଷି ଯନ୍ତ୍ରପାତି ଓ ତାଲିମ କେନ୍ଦ୍ର ପରିସରରେ ଅଖି ମୁଠି ଅନୁକୂଳ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହା ବିଧି ମୁତାବକ ବିହନ ଅନୁକୂଳ କରିଥିଲେ କୃଷିମନ୍ତ୍ରୀ । ଅକ୍ଷୟ ତୃତୀୟାରେ ସୁନା କିଣିବାର ପରମ୍ପରା ରହିଛି । ତେଣୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାଜିଛନ୍ତି ଚଷା ପୁଅ । ସେ ମୁଣ୍ଡରେ ଗାମୁଛା ଭିଡି, ଚାଷ କ୍ଷେତରେ ହଳ ବୁଲାଇବା ସହ ବିହନ ବୁଣିଛନ୍ତି । ସେହିଭଳି ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଓ ଯାଜପୁର ଜିଲ୍ଲା ଧର୍ମଶାଳା କିଷାନ କଂଗ୍ରେସ ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ ନରସିଂହପୁର ଠାରେ ପାଳିତ ହୋଇଛି ।

ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଅମିୟ କୁମାର ପଟ୍ଟନାୟକ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ । ପ୍ରଥମେ ବାଜା ସକୀର୍ତ୍ତନ ସହ ଜମିରେ ପହଞ୍ଚି ଭୂମି ପୂଜନ କରାଯାଇଥିଲା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ । ମାଆ ଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥିଲା । ପରେ ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧକ୍ଷ ଓ ଧର୍ମଶାଳା କୃଷକ ସେଲ କର୍ମକର୍ତ୍ତା ମିଶି ଅଖିମୁଠି ଅନୁକୂଳ କରି ଚାଷଜମି ରେ ଧାନ ପକାଇ ଲଙ୍ଗଳ ସାହାଯ୍ୟ ରେ ହଳ କରିଥିଲେ । ଓଡିଶା ଏକ ଚାଷୀ ବହୁଳ ରାଜ୍ୟ ହୋଇ ଥିବାରୁ । ଏଠାରେ ଚାଷ ଏକ ପ୍ରମୁଖ ଫସଲ ଆଗାମୀ ବର୍ଷ ଓଡିଶା ଚାଷୀ ଙ୍କ ପାଇଁ ସୁଖ ସମୃଦ୍ଧି ଆଣିବା ସହ ଭଲ ଫସଲ ହେଉ ବୋଲି କୃଷକ ସେଲ ଅଧକ୍ଷ କହିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...