Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କୋଭିଡ କଟକଣାରେ ବସିବ ବିଧାନସଭା

ଭୁବନେଶ୍ୱର:  ଏଥର ବି କୋଭିଡ କଟକଣା ଭିତରେ ବସିବ ବିଧାନସଭା । ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକ ମାନଙ୍କ ବସିବା ପାଇଁ ସ୍ଥାନ ନିରୂପଣ କରାଯାଇଛି । ବିଧାୟକ ଓ ବିଧାୟିକା ଏବଂ ସମସ୍ତ ବିଧାନସଭା କର୍ମଚାରୀ ଙ୍କ ସମେତ ସାମ୍ବାଦିକ ମାନଙ୍କର କୋଭିଡ ଟେଷ୍ଟ ହେବ । 5 ଘଣ୍ଟା ରହିବ ବିଧାନସଭାର ଦୈନିକ ସମୟ ଅବଧି । 25 ତାରିଖ ଦିନ ଦିନ 11 ଟା ରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବା ସହ ଦିନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ଏବଂ ତା ପରେ ବିଧାନସଭା ର କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବ ଗୃହ କାର୍ଯ୍ୟ । 2 ଦିନ କଂଗ୍ରେସର ମୁଲତବୀ ପ୍ରସ୍ତାଵ । 3 ଦିନ ବିଜେପିର ମୁଲତବୀ ପ୍ରସ୍ତାଵ । ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ କୋଭିଡ କଟକଣାରେ ବିଧାନସଭା ବସିବ ବୋଲି କହିଲେ ବାଚସ୍ପତି ।

କୋଭିଡ କଟକଣା ଭିତରେ ଏଥର ବି ବିଧାନସଭା ଚାଲିବ । ପୂର୍ବ ଭଳି ସମସ୍ତ ବ୍ୟବସ୍ଥା ସହ ବିଧାୟକ ମାନଙ୍କ ସିଟିଂ ଆରେଜମେଣ୍ଟ ବି ରହିବ  ବୋଲି କହିିିଛନ୍ତି  ସରକାରୀ  ମୁୁୁଖ୍ୟ  ସଚେତକ ପ୍ରମିିିଳାା ମଲ୍ଲି୍କ।

ସର୍ଵ ଦଳୀୟ ବୈଠକରେ ତିନୋଟି ପ୍ରସ୍ତାଵ ରଖିଛି ବିଜେପି ।
କୋଭିଡ ସ୍ଥିତି ସୁଧୁରୀ ଥିବାରୁ ବିଧାନସଭାର ଦୈନିକ ସମୟ ଅବଧି ବୃଦ୍ଧି କରିବା ସହ ପ୍ରଶ୍ନକାଳ ଏକ ଘଣ୍ଟା ବଦଳରେ ଦେଢ଼ ଘଣ୍ଟା କରଯାଉ । ବିରୋଧୀ ଦଳ ଉପନେତ ବିହେଷ୍ଣୁ ସେଠୀ କହିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...