Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଚାଷୀଙ୍କ ପାଇଁ ଗୃହ ଅଚଳ

ଭୁବନେଶ୍ୱର ୨୫/୧୧: ପ୍ରଶ୍ନ କାଳ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ଉଭୟ ବିଜେପି ବିଜେଡି ଓ କଂଗ୍ରେସ ହୋ ହଲ୍ଲା ପାଟି ତୁଣ୍ଡ । ପ୍ରବଳ ହଙ୍ଗାମା ହେବାରୁ ବାଚସ୍ପତି 11.30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ । ବିଧାନସଭାରୁ ବାହାରି ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ଧାରଣା ଦେଇଥିବା ବେଳେ ବିଜେପି ମଧ୍ୟ ଗୃହ ବାହାରେ ବ୍ୟାନର ପୋଷ୍ଟର ଧରି ବିକ୍ଷୋଭ କରିଥିଲେ । ତେବେ ବିଜେପି ଅଭିଯୋଗ କରିଛି ଯେ ଇନପୁଟ ସବସିଡି ବିଳମ୍ବ ରେ ଦେବା, ମଣ୍ଡି ଅବ୍ୟବସ୍ଥା, 100 ଟଙ୍କା ର ବୋନସ୍ ଓ ଫସଲ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁ ଚାଷୀ ହଇରାଣ ହେଉଛନ୍ତି । ସେପଟେ କଂଗ୍ରେସ ଇନପୁଟ ସବସିଡି ବିଳମ୍ବ ଓ ମଣ୍ଡି ଅବ୍ୟବସ୍ଥା କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଫସଲ ବୀମା ଖ ନେଇ କେନ୍ଦ୍ର କୁ ଟାର୍ଗେଟ କରିଛି । ସେପଟେ ବିଜେଡି ଫସଲ ବୀମା ଯୋଜନାରେ କେନ୍ଦ୍ରର ବୀମା ଟଙ୍କା ହଡ଼ପ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସାରର ଅଭାବ, ଏଫସିଆଇ ଚାଉଳ ଉଠାଣରେ ପାତର ଅନ୍ତର ଅଭିଯୋଗ କରିଛି ବିଜେଡି । ଅପରାହ୍ନ ଅଧିବେଶନ ରେ ବି ଗୃହରେ ହଙ୍ଗାମା ।

 

ବିଧାନସଭାରେ ଆଜି ଇତିହାସ ସୃଷ୍ଟି ହୋଇଛି । ବିଧାନସଭାରେ 4 ଟି ରାଜନୈତିକ ଦଳ ରହିଛି । ଚାଷୀଙ୍କୁ ନେଇ ସମସ୍ତଙ୍କର ହୃଦୟ କାନ୍ଦୁଛି । ପରସ୍ପରକୁ ସମସ୍ତେ ଗାଳି ନଦେଇ ସର୍ବଦଳୀୟ ବୈଠକ ଡକାଯାଉ । ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ ନରହି ସବୁ ଦଳକୁ ଡାକି ଆଲୋଚନା କରନ୍ତୁ । ଚାଷୀଙ୍କ ବିକାଶ ନେଇ ଆଇନ ତିଆରି କରାଯାଉ । ଏଥିରେ ଆଇନ ଅମାନ୍ୟ କଲେ ସଶ୍ରମ କାରାଦଣ୍ଡ ଓ ଫାଇନ ବ୍ୟବସ୍ଥା କରାଯାଉ । ଯିଏ ଆଇନ ନମାନିବ 7 ବର୍ଷ ସଶ୍ରମ କାରାଦଣ୍ଡ ଓ ଫାଇନ ଦେବ । ଦରକାର ପଡିଲେ ଅଇନ ବିଭାଗକୁ ଡାକି ବୈଠକରେ ସାମିଲ କରାଯିବ । ଯିଏ ଆଇନ ନମାନିବ ସେ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଜଣା ପଡିବ  ବୋଲି କହିଛନ୍ତି  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଚାଷୀ ସମସ୍ୟା ଉତ୍କଟ ରୁପ ଧାରଣ କରିଛି।ଗତ ବର୍ଷ ରୁ ମରୁଡି ହୋଇଛି ।ଇନପୁଟ ସବସିଡି ଚାଷୀ ପାଇପାରିଲା ନାହିଁ। ମରୁଡି ଘୋଷଣା କଲେନାହିଁ। ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳ ରେ ତିନୋଟି ବ୍ଲକ ଅଛି।ଏହି ତିନି ବ୍ଲକ ରେ ଫସଲ ବୀମା ରେ ଅନ୍ତର୍ଭୁକ୍ତ ହେବାପାଇଁ ଯେଉଁ ଚାଷୀ ବୀମା ହେବାକଥା ରାଜ୍ୟ ସରକାର ତାର ତାଲିକା ପ୍ରସ୍ତୁତ କରିନାହାନ୍ତି। ଚାଷୀ ବିମାନ ପାଇବାରୁ ବଞ୍ଚିତ ହେଉଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିବା ପରେ ସରକାର ତାଲିକା ପ୍ରସ୍ତୁତ କରିନଥିବା ଧରା ପଡ଼ିଲା। ଗତବର୍ଷ ମରୁଡି ହୋଇଥିବା ସତ୍ତ୍ଵେ ମରୁଡି ଘୋଷଣା କଲେ ନାହିଁ ସରକାର।ଇନପୁଟ ସବସିଡି ଦେବାର ନା ଧରିଲେ ନାହିଁ। ଚାଷୀ ଆତ୍ମହତ୍ୟା କରିବାକୁ ନୀତି ଗତ ନିଷ୍ପତ୍ତି ନେଉଛନ୍ତି। ଧାରଣା ରେ ବସିଛନ୍ତି ଚାଷୀ। ନିର୍ବାଚନ ଥିବା କାରଣରୁ ୨୦୦କୋଟି ଇନପୁଟ ସବସିଡି ଦେବାପାଇଁ ଘୋଷଣା କରିଛନ୍ତି ସରକାର।ଏହା ପ୍ରହସନ ରାଜନୀତି କରଣ ଚାଲିଛି। ନିର୍ବାଚନ ଜିତିବା ପାଇଁ ରଣନୀତି କରୁଛନ୍ତି।ଚାଷୀ ଙ୍କ ପାଇଁ ଦରଦ ଥିଲେ ସୋହେଲା ସମାବେଶ ରେ ଘୋଷଣା କରିଥିବା ବୋନସ ଦେଇଥାନ୍ତେ।ଆମେ ମୋହନ ଆକାରରେ ଏହାକୁ ଆଣୁଛି ଗ୍ରହଣ ନକଲେ ଗୃହ କୁ ଚଳାଇଦେବୁ ନାହିଁ। ସରକାର ଦଳର ସଦସ୍ୟମାନେ ଗୃହ ଭିତରେ ପ୍ରତିବାଦ କରିବାର ନଜିର ନାହିଁ। ଗତକାଲି ଅର୍ଚ୍ଚନା ନାଗ ପ୍ରସଙ୍ଗ ଆସିଥିଲା ଏବଂ ଆଜି ଜୋର ଦାରୁ ଆଲୋଚନା ହେଲେ ମନ୍ତ୍ରୀ ବିଧାୟକ ମାନେ ଫସିଯିବେ ସେଥିପାଇଁ ତାକୁ ଚାପିଦେବା ପାଇଁ ଏ ଶାସକ ଦଳ ନାଟକ କରୁଛି।ଇଡି କେବେ ଛାଡ଼ିବ ନାହି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ।

ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସର ଗୃହ ମଧ୍ୟ ଭାଗରେ ନରାବାଜି । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । 4.30 ପର୍ଯ୍ୟନ୍ତ ଗୃହ ମୁଲତବୀ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like