Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ଅଡିଟ ରିପୋର୍ଟରେ ଛନ୍ଦି ହେଲେ ଗିରିଧାରୀ, ଶାସକ ଦଳର ବୋଲି ସାତ ଖୁଣ ମାଫ

ଅସ୍ତରଙ୍ଗ: ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଅଡୁଆରେ ଅସ୍ତରଙ୍ଗ ବିଡିଓ। ତାଳଦା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଗିରିଧାରୀ ସେଠୀଙ୍କ ପ୍ରାର୍ଥୀପତ୍ରକୁ ନେଇ ଉଠିଲା ପ୍ରଶ୍ନ। ଅଡିଟ ରିପୋର୍ଟ ଖୋଲିଲା ଗୁମର। ଯେଉଁ କାରଣ ପାଇଁ ସରିପୁର ପଞ୍ଚାୟତ ପାଇଁ ସମିତି ସଭ୍ୟ ସସ୍ମିତା ଛାଟୋଇଙ୍କ ନାମାଙ୍କନ ଖାରଜ ହେଲା ସମାନ ମାମଲାରେ ଗିରିଧାରୀଙ୍କର କାହିଁକି ପ୍ରାର୍ଥିପତ୍ର ନାକଚ ହେବ ନାହିଁ ବୋଲି ପ୍ରଶ୍ନ ଉଠିଛି। ନାମାଙ୍କନ ଯାଞ୍ଚ ବେଳେ ଗିରିଧାରିଙ୍କ ଡକୁମେଣ୍ଟ ସଠିକ ଭାବରେ ବ୍ଲକର ଅଧିକାରୀ ଯାଞ୍ଚ କରିଥିଲେ ତ ? ନା ଜାଣିଶୁଣି ଏହାକୁ ଘୋଡାଇ ଦେଇଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ। ଯାଞ୍ଚରୁ ଜଣାପଡିଛି, 2016-17ରେ ଲୋକାଲ ଫଣ୍ଡ ଅଡିଟ ରିପୋର୍ଟରେ ଗିରିଧାରୀଙ୍କ ନାମରେ 10 ହଜାର 750 ଟଙ୍କା ବକେୟା ରହିଛି। ଅନିୟମିତତାର ଅଭିଯୋଗ ମଧ୍ୟ ରହିଛି । ହେଲେ ବ୍ଲକର ବାବୁ ଏହାକୁ ଜାଣିନପାରିବା ଦାୟିତ୍ୱହୀନତା ନୁହେଁ କି ? ଗିରିଧାରି ବିଜେଡି ସମର୍ଥିତ ପ୍ରାର୍ଥି ବୋଲି କଣ ତାଙ୍କୁ ସାତ ଖୁଣ ମାଫ କରିଛନ୍ତି କି ବ୍ଲକ ଅଧକାରୀ। ଏନେଇ ଅସ୍ତରଙ୍ଗ ବିଡିଓଙ୍କୁ ଚିଠି ଲେଖି ସମସ୍ତ ପ୍ରମାଣପତ୍ର ସହିତ ଦସ୍ତାବିଜ ଦାଖଲ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବୁଦ୍ଧିଜୀବୀ ଅଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ବିଶ୍ୱାଳ । ଅଡିଟ ରିପୋର୍ଟରେ ବକେୟା ଟଙ୍କା ଥିବା ଦର୍ଶାଇ ସସ୍ମିତା ଛାଟୋଇଙ୍କ ନାମାଙ୍କନ ବାତିଲ ହୋଇଥିଲା। ଯାହାକୁ ନେଇ ବଡ ପ୍ରସଙ୍ଗ କରାଯାଇଥିଲା। ଲୋକାଲ ଫଣ୍ଡ ଅଡିଟ ବେଳେ ଜଣାପଡିଛି କି, ନିଜେ ଗିରିଧାରି ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ରହିଛନ୍ତି। ତାଙ୍କ ନାଁରେ 10 ହଜାର ଟଙ୍କାର ବକେୟା ରାଶି ଗଡୁଛି।

ଜଣେ ଅପରାଧୀଙ୍କୁ ଧରିବା ଆଉ ଜଣଙ୍କୁ ସୁରକ୍ଷା ଦେବା ଅଧିକାର ବିଡିଓଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ଅଧ୍ୟାପକ ଡକ୍ଟର ଲକ୍ଷ୍ମୀଧର ବିଶ୍ୱାଳ। ପୂର୍ବରୁ ପଞ୍ଚାୟତରେ ଅନେକ କେଳେଙ୍କାରୀକୁ ଲୋକଲୋଚନକୁ ଆଣିଥିବା ଶ୍ରୀ ବିଶ୍ୱାଳ ଏବେ ସତ ସାମନାକୁ ଆଣିଛନ୍ତି। ରାସନ କାର୍ଡ, ପାଣ୍ଠି ହଡପ, ଏମନରେଗା ସ୍କାମ, ମିଥ୍ୟା ବିଲ, ଅପରାଧିକ ଷଡଯନ୍ତ୍ର, ଜଙ୍ଗଲ ଜମି ଅଧିକୃତ ଭଳି ଅନେକ ମାମଲା ସେ ସମାନକୂ ଆଣି ବ୍ଲକ ପ୍ରଶାସନକୁ ହରଡଘଣାରେ ପକାଇଛନ୍ତି। 2018 ଜାନୁୟାରୀ 15ରୁ ରିପୋର୍ଟ ପ୍ରକାଶ ପାଈଥିବା ବେଳେ ବିଡିଓ କିପରି ଜାଣିପାରିଲେ ନାହିଁ। ତୁରନ୍ତ ତାଙ୍କୁ ପ୍ରାର୍ଥୀପତ୍ର ନାକଚ କରିବା ସହ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ସେ କହିଛନ୍ତି। ଯଦି ଗିରିଧାରୀ ତାଙ୍କ ସତ୍ୟପାଠରେ ଏନେଇ ଉଲ୍ଲେଖ କରି ନାହାନ୍ତି ତାହାଲେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦି ଏହା ନହୁଏ ତେବେ ଚଳିତ ପଞ୍ଚାୟତ ନିର୍ବାଚନ କେବେ ଅବାଧ ଓ ମୁକ୍ତ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ଏହି ଚିଠି ସେ ଅସ୍ତରଙ୍ଗ ବିଡିଓ ତଥା ବଲକ ନିର୍ବାଚନ ଅଧିକାରୀଙ୍କ ସହ ରାଜ୍ୟ ନିର୍ବାଚନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ପୁରୀ ଜିଲ୍ଲାପାଳ, ଅସ୍ତରଙ୍ଗ ତହସିଲଦାରଙ୍କୁ ଚିଠିର ନକଲ ପଠାଇଛନ୍ତି। ଅପେକ୍ଷା ଏହା ବିରୋଧରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି କମିଶନର ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...