Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କ୍ରୀଡ଼ାମନ୍ତ୍ରୀଙ୍କ ଅଞ୍ଚଳରେ ପଦାରେ ପଡିଲା କନ୍ଦଳ, ଅସନ୍ତୁଷ୍ଟଙ୍କ ପାଇଁ ଓହ୍ଲାଇଲେ ସୁର ସେଠୀ

ଅସ୍ତରଙ୍ଗ: ପଦାରେ ପଡିଛି ଅସ୍ତରଙ୍ଗ ବିଜେଡି କନ୍ଦଳ। ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜେଡି ପାଇଁ ବୁଲି ବୁଲି ପ୍ରଚାର କରୁଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀର ନେତୃତ୍ୱ ନେଇଛନ୍ତି ପୂର୍ବତନ ବିଜେଡି ବିଧାୟକ ତଥା ନେତା ସୁରେନ୍ଦ୍ର ସେଠୀ। ଦୀର୍ଘ ଦିନ ଚୁପ ବସିବା ପରେ ଏବେ ନିଜ ଅସନ୍ତୋଷ ଝାଡ଼ି ରାସ୍ତାକୁ ଓଲ୍ହାଇଛନ୍ତି ସୁର। ଯାହାକି ବର୍ତ୍ତମାନ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମନୋବଳ ବୃଦ୍ଧି କରିଛି।  ଆଜି କ୍ରୀଡାମନ୍ତ୍ରୀଙ୍କ ନିଜ ପଂଚାୟତରେ ବିଜେଡିର ପୂର୍ବତନ ବିଧାୟକ ଓ କଂଗ୍ରେସର  ବିଧାୟକ ପ୍ରାର୍ଥୀ ମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି।

ଅସ୍ତରଙ୍ଗ ବ୍ଲକ ମନ୍ତ୍ରୀଙ୍କ ନିଜ ଗାଁ ତଥା ନଗର ପଂଚାୟତରେ ମନ୍ତ୍ରୀଙ୍କ ସମର୍ଥିତ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ବିପକ୍ଷରେ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସ ସମର୍ଥିତ ମିଳିତ ପ୍ରାର୍ଥୀଙ୍କ ସପକ୍ଷରେ ଆଜି କାକଟପୁର ର ପିର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ ଓ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ ମିଳିତ ହୋଇ ବିରୋଧୀ ମେଣ୍ଟ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଏକ ବିଶାଳ ମୋଟର ସାଇକଲ ରାଳିରେ ଭୋଟ ଭିକ୍ଷା କରିବା ସହ ମନ୍ତ୍ରୀ ତୁଷାରକାନ୍ତି ଙ୍କୁ ହଟେଇବା ପାଇଁ ସାଧାରଣ ଲୋକଙ୍କ ଅନୁରୋଧ ଯୋଗୁଁ ଉଭୟ ଏକାଠି ହୋଉଥିବା କହିଛନ୍ତି । ବିଜେଡି ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ମିଳିତ ମଞ୍ଚ ଲଢ଼େଇକୁ ଜୋରଦାର କରିଛି। ଅସ୍ତରଙ୍ଗ, କାକଟପୁର, କୋଣାର୍କ ଅଞ୍ଚଳରେ ମିଳିତ ମଞ୍ଚ ବିଜେଡିକୁ ବଡ ଟକ୍କର ଦେଉଥିବା ବେଳେ ଲୋକେ କାହାକୁ ଗ୍ରହଣ କରୁଛନ୍ତି ତାହା ସମୟ କହିବ। ସେପଟେ ବିଧାୟକ ଦଳୀୟ ଶୃଙ୍ଖଳା ବାହାରକୁ ଯାଇ ଏଭଳି କରୁଥିବା ଅଭିଯୋଗ ଆଣିଛି ବିଜେଡି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...