Connect with us

Hi, what are you looking for?

Uncategorized

ବାଲିକୁଦା ଜୋନ ୨ ଜିଲାପରିଷଦ ପ୍ରାର୍ଥୀଙ୍କୁ ନେଇ ବିଜେଡି ହଟହଟା

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଜୋନ ନଂ-୨ ଜିଲ୍ଲା ପରିଷଦ ଆସନ ଅନୁସୂଚିିତ ଜାତିବର୍ଗ ପାଇଁ ସଂରକ୍ଷିତ । ଏହି ସଂରକ୍ଷିତ ଆସନରେ ଶାସକ ବିଜୁଜନତା ଦଳ ଏକ ସାଧାରଣ ବର୍ଗର ଲୋକଙ୍କୁ ପ୍ରାର୍ଥୀ କରାଯାଇଥିବା ଅଭିଯୋଗ ହୋଇଛି। ଶାସକ ବିଜେଡ଼ି ତରଫରୁ ପ୍ରାର୍ଥି ହୋଇଥିବା ଜଟାଧାରୀ ଦାସଙ୍କ ଜାତି କୈବର୍ତ – ବୈଷ୍ଣବ ଯାହା ଅନୁସୂଚିତ ଜାତି ତାଲିକାରେ ନାହିଁ । କିନ୍ତୁ ଚଞ୍ଚକତା କରି ଏକ ସଂରକ୍ଷଣ ବର୍ଗର ପ୍ରାର୍ଥିଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଶାସକ ବିଜୁ ଜନତା ଦଳର ହୀନ ଉଦ୍ୟମ ସଂପୂର୍ଣ୍ଣ ନିନ୍ଦନୀୟ ବୋଲି କହିଛି କଂଗ୍ରେସ । ପୁନଶ୍ଚ ପ୍ରାର୍ଥି ହୋଇଥିବା ଶ୍ରୀ ଦାସ ଆବେଦନ କରିଥିବା ଜାତି ପ୍ରମାଣ ପତ୍ରକୁ ତହସିଲଦାର ନାକଚ କରିବା ସତ୍ୱେ ସେ ବହୁ ପୂରୁଣା ମିଥ୍ୟା ଜାତି ପ୍ରମାଣପତ୍ର ଦାଖଲ କରିଛନ୍ତି ଯାହା ଉପରେ ଦଳ ତରଫରୁ ରିଂଟର୍ଣ୍ଣି ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇ ପ୍ରାର୍ଥିପତ୍ର ତୂରନ୍ତ ନାକଚ କରାଯିବାକୁ ଦାବି କରାଯାଇଛି । ଯଦି ରିଂଟର୍ଣ୍ଣି ଅଫିସର ପ୍ରାର୍ଥିତ୍ୱକୁ ନାକଚ ନକରନ୍ତି ଏବଂ ମିଥ୍ୟ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗରେ ଯଦି ସଂପୃକ୍ତ ପ୍ରାର୍ଥିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାନଯାଏ ତାହାହେଲେ ଦଳ ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବୋଲି ଦଳ ତରଫରୁ ପ୍ରଦେଶ କଂଗ୍ରେସ କମିଟର ସାଧାରଣ ସଂପାଦକ ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର ଏକ ପ୍ରେସବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like