ଭୁବନେଶ୍ୱର: ଭୋଟ ଗଣତି ବେଳେ ବୈଧ ବାଲଟ ପେପର ନେଇ ସ୍ପଷ୍ଟୀକରଣ ରଖିଲେ ରାଜ୍ୟ ନିର୍ବାଚନ ଆୟୋଗ । ସବୁ ଜିଲ୍ଲାପାଳ ମାନଙ୍କୁ ଲେଖିଲେ ଚିଠି । ପ୍ରତିଦ୍ବନ୍ଦିତା କରୁଥିବା ଏକାଧିକ ପ୍ରାଥିଙ୍କୁ ଭୋଟ ଦେଲେ ତାହା ନାକଚ ହେବା
10 ଚିହ୍ନ ବିଶିଷ୍ଟ ବାଲଟ ପେପର ବ୍ୟବହାର ହେଉଥିବାରୁ ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନ ଥିବେ ଏବଂ ତାହା ଫୋଲଡ଼ ହୋଇଥିବ ରହିଥିବ ସେହି ଚିହ୍ନରେ ଯଦି ମତଦାତା ଭୋଟ ଦେଇଥିବେ। ତେବେ ତାହା ନାକଚ ହେବ ନାହିଁ। କାରଣ ସେ ଚିହ୍ନରେ କେହି ପ୍ରାର୍ଥୀ ପ୍ରତଦ୍ବନ୍ଦିତା କରୁନାହାନ୍ତି । ତେଣୁ ତାହା ନାକଚ ହେବ ନାହିଁ ।
* ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଅଲଗା ଅଲଗା ବାଲଟ ପେପର ରହିଛି।
* ଗୋଟିଏ ବାଲଟ ପେପରରେ ଗୋଟିଏ ଭୋଟ ଦିଅନ୍ତୁ।
* ଯେଭଳି ଘର ବାହାରେ ଷ୍ଟାମ୍ପ ନ ବାଜିବ ସେଥିପାଇଁ ଧ୍ୟାନ ଦିଅନ୍ତୁ।
* ବାଲଟ ପେପରରେ ୧୦ଟି ଚିହ୍ନ ରହିଛି। ଯେଉଁ ଚିହ୍ନରେ ପ୍ରାର୍ଥୀ ନଥିବେ ବାଲଟ ପେପରର ସେ ଅଂଶ କୁ ଫୋଲଡ଼ କରାଯାଇଥିବ । ସେ ଫୋଲଡ଼ ହୋଇଥିବା ଚିହ୍ନ ଭୋଟ ଦିଅନ୍ତୁ ନାହିଁ।