Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କରୋନା ପାଇଁ ଏମସ ଅଚଳ, ବନ୍ଦ ହେଲା ଓପିଡ଼ି

ଭୁବନେଶ୍ୱର: ଅଚଳ ହେଲା ଭୁବନେଶ୍ୱର ଏମସ। ବନ୍ଦ ହେଲା ଓପିଡ଼ି। ଭୁବନେଶ୍ୱର ଏମ୍‌ସରେ ୨୫୦ ଡାକ୍ତର ଏବଂ ହସ୍ପିଟାଲ୍‌ କର୍ମଚାରୀ କୋଭିଡ୍‌ ପଡିଟିଭ୍‌। ଏନେଇ ଆସନ୍ତାକାଲିଠୁ ଅର୍ଥାତ୍‌ ସୋମବାରଠୁ ଓପିଡି ବନ୍ଦ ରହିବା ନେଇ ସୂଚନା ମିଳିଛି। ମେଡିକାଲ ସୁପରିଟେଣ୍ଡେଟ୍‌ ପ୍ରଫେସର ଡାକ୍ତର ସଚିଦାନନ୍ଦ ମହାନ୍ତି ୨୫୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ କରୋନା ପଜିଟିଭ୍‌ ନେଇ ସୂଚନା ଦେଇଛନ୍ତି। ଏଥିସହ ସେ ଆଗକୁ କିଛି ସର୍ଜରୀ ବିଭାଗକୁ ବନ୍ଦ କରିଦେବା ସହ ହସ୍ପିଟାଲ୍‌ରେ କୋଭିଡ୍‌ ନିୟମ କଡାକଡି ପାଳନ କରାଯିବା ନେଇ କହିଛନ୍ତି। ନିହାତି ଜରୁରୀ ନଥିବା ରୋଗୀଙ୍କୁ ହସ୍ପିଟାଲ୍‌ ଆସିବାକୁ ବାରଣ କରାଯାଇଛି। ଗୁରୁତରଙ୍କୁ ହସ୍ପିଟାଲ୍‌ ମୁଖ୍ୟ ଦ୍ୱାରରେ କୋଭିଡ୍‌ ଟିକାକରଣର ସାର୍ଟିଫିକେଟ୍‌ ଦେଖାଇ ପ୍ରବେଶ କରିବାକୁ କୁହାଯାଇଛି।

ଡାକ୍ତର ମହାନ୍ତି କହିଛନ୍ତି, ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ କୋଭିଡ୍‌ ହେବା ପରେ ଆମେ ଓପିଡି ସେବାକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ବାଧ୍ୟ ହେଉଛୁ। ଏଥିସହ ଜରୁରୀ ସର୍ଜରୀ ପାଇଁ ଥିବା ରୋଗୀଙ୍କୁ କରୋନା ନିୟମ ମାନି ତାଙ୍କର ଅପରେସନ୍‌ କରାଯିବ। ଏଥିସହ ସେ କହିଛନ୍ତି କୋଭିଡ୍‌ ପାଇଁ କେବେବି ରୋଗୀ ସେବା ଅବହେଳା ହେବ ନାହିଁ। ରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରି ଜରୁରୀ ଥିଲେ ହସ୍ପିଟାଲ୍‌କୁ ଆସନ୍ତୁ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...