Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କରୋନା: ଭୁବନେଶ୍ୱରରେ ୧୯ କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହି ପରିମାଣରେ ବଢ଼ିବାରେ ଲାଗିଛି କଣ୍ଟେନମେଣ୍ଟ  ଜୋନ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରର ୧୯ଟି ସ୍ଥାନକୁ କଟେନମେଣ୍ଟ  ଜୋନ୍ ଘୋଷଣା କରିସାରିଲାଣି ବିଏମସି ।  ଏହିସବୁ ସ୍ଥାନରୁ ଏକାଧିକ ପଜିଟିଭ କେସ୍  ବାହରିବା ପରେ ଏଭଳି କଡା ପଦକ୍ଷେପ ନେଇଛି ବିଏମସି ।  ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ ହେଉଥିବାରୁ ଓମିକ୍ରନ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।  ବୁଧବାର ଓ ଗୁରୁବାର ଭୁବନେଶ୍ବର ମହାନଗର ନିଗମରେ ୧୯ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଗଲାଣି । ଗୁରୁବାର ସକାଳେ ରାଜଧାନୀର ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ରବିହାରରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ପୁଣି ଆଉ ୫ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୟୁନିଟ୍ -୯ କ୍ବାର୍ଟର ନଂ-୪ ଆରଏଫ-୨୦, ୟୁନିଟ୍-୩ ଗୁରୁଦ୍ବାର ପଛପଟ ପ୍ଲଟ୍ ନଂ-୭, ଗୌତମନଗର ଉତ୍କଳରୟାଲ ରେସିଡେନ୍ସି ପ୍ଲଟ୍ ନଂ-ଏ/୯୪, ଟଙ୍କପାଣି ରୋଡ୍ ଅନ୍ନପୂର୍ଣ୍ଣା ଆପାର୍ଟମେଣ୍ଟ ପ୍ଲଟ୍ ନଂ-୨୦୯ ଏବଂ ଟଙ୍କପାଣି ରୋଡ୍ ଆପୋଲୋ ଫାର୍ମାସି ନିକଟ ପ୍ଲଟ୍ ନଂ-୧୧୪୭କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ପୂର୍ବରୁ ଦକ୍ଷିଣପୂର୍ବ ଜୋନ୍ ଅଞ୍ଚଳରେ ୫ଟି ଓ ଉତ୍ତର ଜୋନରେ ୫ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ହୋଇଛି। ଦକ୍ଷିଣପୂର୍ବ ଜୋନର ଆଚାର୍ଯ୍ୟବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନମ୍ବର ୧୪୯୯/ଏ, ସତ୍ୟନଗର ପ୍ଲଟ୍ ନମ୍ବର ୧୨୦ବି, ଆଚାର୍ଯ୍ୟ ବିହାର ପାଣିଟାଙ୍କି ଏଲ୍୩/୬୫, ବାପୁଜୀନଗର ପ୍ଲଟ୍ ନମ୍ବର ୬୦, ଟଙ୍କପାଣି ରୋଡ୍ ବିଷ୍ଣୁନଗର ପ୍ଲଟ୍ ନମ୍ବର ୧୧୪୭କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ସେହିଭଳି ଉତ୍ତର ଜୋନ କ୍ବାର୍ଟର ନମ୍ବର କ୍ୟୁଆର-୩ଆରଏ, ଇଣ୍ଡିଆନ୍ ଅଏଲ୍ ହାଉସିଂ ସୋସାଇଟି ତୃତୀୟ ମହଲା ଏ-୩୦୪, ପାଣ୍ଡରା ପ୍ଲଟ୍ ନମ୍ବର ୪୦୪୪/୪, ଏକ୍ସଆଇଏମବି ବ୍ଲକ୍-୨ କ୍ବାର୍ଟର ନମ୍ବର ୧୨ ଓ ଶୈଳଶ୍ରୀ ବିହାର ଲେନ୍-୬ ଏଚ୍ଆଇଜି-୫୬କୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ବାହାରକୁ କୌଣସି ଲୋକ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ସ୍ଥାନଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ ।  ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସରମାନେ ଏହି ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ କରାଯିବ ବୋଲି କହିଛି  ବିଏମସି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...