Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଭୋଟ ଦେଲେ ଭୁବନେଶ୍ୱରର ତିନି ମେୟର ପ୍ରାର୍ଥୀ

ଭୁବନେଶ୍ୱର:  ପୌର ନିର୍ବାଚନ  ଆଜି ସକାଳ 9ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ।  ସବୁଠୁ ଚର୍ଚ୍ଚାରେ ରହିଛି  ଭୁବନେଶ୍ୱର ମେୟର  ପଦବୀ। ଏହି ପଦକୁ ହାତେଇବା ପାଇଁ ମଇଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । ବିଜେଡିରୁ ସୁଲୋଚନା ଦାସ, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ବିଜେପିରୁ ସୁନୀତି ମୁଣ୍ଡୁଙ୍କର ଆଜି ଭାଗ୍ୟ ପରୀକ୍ଷା ଦେଉଛନ୍ତି ।

ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡୁ  ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍‌କୁ  ଯାଇ ଭୋଟ ଦେଇଛନ୍ତି । ସେହିପରି ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍‌ରେ ଭୋଟ ଦେଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ  ଆଇଆରସି ଭିଲେଜର ୨୫୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like