Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବୁଜୁ ପକ୍କାଘର ନେଇ ହେଲା ଖୁଲାସ, ସରକାର ଏମିତି ଦେଉଥିଲେ

ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ପକ୍କା ଘର’ରେ ୩ବର୍ଷରେ ମାତ୍ର ୩୩୦୯ଟି ଘର ଆବଣ୍ଟିତ ହୋଇଛି । ଗତ ୩ ବର୍ଷ ମଧ୍ୟରେ ୧୪ଟି ଜିଲ୍ଲାରେ ଗୋଟିଏ ବି ବିଜୁ ପକ୍କାଘର ଆବଣ୍ଟିତ ହୋଇନଥିବାବେଳେ କଟକ, କେନ୍ଦ୍ରାପଡ଼ା, ପୁରୀ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଘର ଆବଣ୍ଟିତ ହୋଇଛି । ୨୦୨୦-୨୧ ମସିହାରେ ଗୋଟିଏ ବି ଘର ଏହି ଯୋଜନାରେ ରାଜ୍ୟରେ କାହାରିକୁ ଦିଆଯାଇନଥିବା ଜଣାପଡ଼ିଛି । ଏହାସହିତ ଗ୍ରାମାଂଚଳରେ ଘର ଯୋଗାଣକୁ ନେଇ ଶାସକ ବିଜେଡି କରୁଥିବା ରାଜନୀତି ପଦାରେ ପଡ଼ିଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଲକ୍ଷ ଲକ୍ଷ ଘର ଆବଣ୍ଟିତ ହେଉଥିବାବେଳେ ବିଜେଡି ସରକାର ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ବିଭିନ୍ନ ଫନ୍ଦିଫିକର ବାହାର କରିବାକୁ ପଛାଇ ନାହାନ୍ତି ।

ବିଧାନସଭାରେ ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ରେ ମୋଟ ୩୩୦୯ଜଣ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଆବଣ୍ଟନ କରିଛନ୍ତି । ସେଥିରୁ ୨୦୨୨ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ୩୮୦ଟି ଘର ସମ୍ପୂର୍ଣ୍ଣ ନିର୍ମାଣ ହୋଇଥିବାବେଳେ ୨୯୨୯ଟି ଘର ଅସମ୍ପୂର୍ଣ୍ଣ ରହିଛି । ଏହି ଘରଗୁଡ଼ିକୁ ଆସନ୍ତା ୨୦୨୨-୨୩ରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ବିଜୁ ପକ୍କାଘର ଯୋଜନାରେ ୨୦୧୯-୨୦ରେ ୯୧୯ଟି ଘର ଓ ୨୦୨୧-୨୨ରେ ୨୩୯୦ଟି ଘର ଆବଣ୍ଟିତ ହୋଇଛି । ୧୪ଟି ଜିଲ୍ଲାକୁ ଗୋଟିଏ ବି ଘର ନଥିବାବେଳେ ୫ଟି ଜିଲ୍ଲାକୁ ଗୋଟିଏ ଲେଖାଏଁ ଘର ଏହି ଯୋଜନାରେ ଦିଆଯାଇଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ଵର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ପଞ୍ଚମ ପାଳି। ଆଜି ଏହି କାର୍ଯ୍ୟକ୍ରମରେ ଏକ ନିଆରା ମାନବିକତା ପଣ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।...