ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ମେୟର ପ୍ରାର୍ଥୀଙ୍କ ପାଇଁ ପୌର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଆଉ ପଞ୍ଚାୟତ ପରାଜୟର ଆକ୍ରୋଶକୁ ବାକ୍ ଯୁଦ୍ଧରେ ଉତାରି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେଡିକୁ କୌରବଙ୍କ ସହ ତୁଳନା କରିବା ସହ ମନଇଚ୍ଛା ବର୍ଷିଛନ୍ତି ବିଶ୍ୱେଶ୍ୱର । ଟୁଡୁ କହିଛନ୍ତି, ରାଜ୍ୟ ରାଜନୀତିରେ ଆଉ ବେଶୀ ଦିନ ତିଷ୍ଟିବନି ବିଜେଡ଼ି । ମହାଭାରତ ଯୁଦ୍ଧ ପୂର୍ବରୁ ବି କୌରବମାନେ କେତେ ଆଗକୁ ଯାଇଥିଲେ କିନ୍ତୁ ସେମାନଙ୍କ ପତନ ଘଟିଲା । ଠିକ୍ ସେହିଭଳି ବିଜେଡିର ଦୁର୍ନୀତି , ଭ୍ରଷ୍ଟାଚାର ଚରମ ସୀମାରେ ପହଂଚି ଗଲାଣି। ବିଜେଡି ର ପତ୍ତନ ଘଟିବ କହି କଡ଼ା କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଏପଟେ ଟୁଡୁଙ୍କୁ ଶାଳୀନତା ଶିଖାଇଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଟିକେ ଶାଳୀନତା ରକ୍ଷା କରନ୍ତୁ। କାହାକୁ କଣ କହୁଛନ୍ତି ଜାଣିପାରୁନାହାନ୍ତି। ଯେଉଁଥିପାଇଁ ସବୁବେଳେ ବିଶୃଙ୍ଖଳା ସୃଷ୍ଟି ହେଉଛି। ବିଜେଡି ସବିବେଳେ ଲୋକଙ୍କ ସହିତ ଅଛି। ଯାହାର ପ୍ରତିଫଳନ ପଂଚୟତ ନିର୍ବାଚନ ରେ ଦେଖିବାକୁ ମିଳିଛି।
You May Also Like
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ‘ସ୍ୱଚ୍ଛତା ହି ସେବା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟବର୍ତୀ ଜାହାନିଆ ସମୁଦ୍ରକୂଳରେ ସଫେଇ କରାଯାଇଛି ।...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍ଟରଷ୍ଟିସିଆଲ୍ ଇମ୍ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...
ଓଡ଼ିଶା ନ୍ୟୁଜ
ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...