Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଜେବି ଫ୍ରେଣ୍ଡସ’ ପକ୍ଷରୁ ଆନ୍ତଃମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ଅୟୋଜିତ

ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ “ପକ୍ଷରୁ ରବିବାର ଆନ୍ତଃ ମହାବିଦ୍ଯାଳୟ କୁଇଜ୍ ପ୍ରତିଯୋଗିତା ୟୁନିଟ୍ ୨ ସ୍ଥିତ ଗୀତ ଗୋବିନ୍ଦ ଭବନରେ ଅୟୋଜିତ ହୋଇଯାଇଛି ।

ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ର ବିଭିନ୍ନ ମହାବିଦ୍ୟାଳୟ ରୁ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଏମାନଙ୍କ ମଧ୍ୟରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ୍ କଲେଜ ର ଶିବାନୀ ଦାସ ଓ ପ୍ରତିଷ୍ଠା ବରିସାଲ ପ୍ରଥମ, କିଟ୍ ବିଶ୍ୱବିଦ୍ୟାଳୟ ର ଅନୁରାଗ ସାମନ୍ତରାୟ ଓ ଆଶିଷ ମହାପାତ୍ର ଦ୍ଵିତୀୟ , ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ମହେଶ୍ୱର ସେଠୀ ଓ ଆକାଶ ଗରାଡିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଆସନ୍ତା ଡ଼ିସେମ୍ବର ୧୧ ତାରିଖ ଦିନ ବିଜେବି କଲେଜ ପ୍ରାଙ୍ଗଣରେ ହେବାକୁ ଥିବା ବିଜେବି ଫ୍ରେଣ୍ଡସର ବନ୍ଧୁ ମିଳନ ଉତ୍ସବରେ ଏହି କୁଇଜ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଙ୍କୁ ୧୫ ହଜାର, ଦ୍ଵିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ୧୦ ହଜାର ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବ ବିଜେବି ଆଲୁମନି ଆସୋସିଏସନ। ଏଥି ସହିତ ମାନପତ୍ର ଓ ଟ୍ରଫି ମଧ୍ୟ ପ୍ରଦାନ କରାଯିବ।

ସେହିପରି ପ୍ରତିଯୋଗିତାରେ ଭାଗ ନେଇଥିବା ସବୁ ପ୍ରତିଯୋଗୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ ମଧ୍ୟ କରାଯିବ।

ଏହି ପ୍ରତିଯୋଗିତାକୁ କୁଇଜ୍ ମାଷ୍ଟର ମାନସ ନାୟକ ପରିଚାଳନା କରିଥିବାବେଳେ ବିଜେବି ଫ୍ରେଣ୍ଡସ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ସେହିପରି ବିଜେବି ଆଲୁମନି ସଂଘ ର ୩୦ ତମ ବାର୍ଷିକ ଉତ୍ସବ କୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବାବେଳେ ଆସନ୍ତା ଡିସେମ୍ବର ୪ ତାରିଖ ଦିନ ସକାଳ ୧୦ ଟା ସମୟରେ ପୁରୁଣା ଭୁବନେଶ୍ୱର ସ୍ଥିତ ଟାଉନ କ୍ଲବ କ୍ରିକେଟ ଗ୍ରାଉଣ୍ଡ ରେ ବିଜେବି ଫ୍ରେଣ୍ଡସ ସଂଘ ର ସଦସ୍ୟ ଅର୍ଥାତ ପୁରାତନ ଛାତ୍ର ଓ ବିଜେବି କଲେଜ ର ବର୍ତ୍ତମାନ ର ଛାତ୍ର ମାନଙ୍କ ମଧ୍ୟରେ ଏକ କ୍ରିକେଟ ମ୍ୟାଚ୍ ର ଆୟୋଜନ କରାଯାଇଛି | ଏ ନେଇ ବିଜେବି ଫ୍ରେଣ୍ଡସ ପକ୍ଷରୁ ସୂଚନା ଦିଆଯାଇଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like