Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଦୌପ୍ରଦୀ ମୁର୍ମୁଙ୍କୁ ନେଇ ବିଧାନସଭା ବିଜେପି ଓ କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ  ଦୌପ୍ରଦୀ ମୁର୍ମୁଙ୍କୁ ନେଇ  କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ବୟାନକୁ  ନେଇ  ବିଧାନସଭାରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ। ଚାଲିପାରିଲାନି ବିଧାନସଭା।  ଦ୍ରୌପଦୀ ମୁର୍ମୁ ସବୁବେଳେ ତାଙ୍କ ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ କଥା ଚିନ୍ତା କରିଛନ୍ତି । ଏପରିକି ଝାଡଖଣ୍ଡରେ ରାଜ୍ୟପାଳ ଥିବାବେଳେ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବିଲ ଆସିଥିଲା । ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀ କିଣି ପାରିବେ ବୋଲି ବିଲରେ ଦର୍ଶାଯାଇଥିଲା । କିନ୍ତୁ ସେ ସେହି ବିଲ ଫେରାଇ ଦେଇଥିଲେ । ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ତାଙ୍କ ଉପରେ ଏପରି ମନ୍ତବ୍ୟ ନିନ୍ଦନୀୟ ଓ ଅଶୋଭନୀୟ । ଦ୍ରୌପଦୀ ମୁର୍ମୁ ଓଡ଼ିଶାର, ତାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ ଅଜୟ କୁମାରଙ୍କ ବରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଛି ।

ନରସିଂହ ମିଶ୍ର ବିଜେପିକୁ କାଉଁଟର କରି କହିଛନ୍ତି, ଅଜୟ କୁମାର ଓ ରାହୁଲ ଗାନ୍ଧୀ ଗୃହର ସଦସ୍ୟ ନୁହଁନ୍ତି । ତାଂକ ବିରୋଧରେ ଆଲୋଚନା କରିବା ଆମ ବିଧାନସଭା ପରମ୍ପରା ବିରୋଧୀ । ପୂର୍ବ କଥା ମନେ ପକାଇ ବିଜେପିକୁ ସମାଲୋଚନା କରିଛନ୍ତି ନରସିଂହ । ମୁଁ ବି ଏକ ପେପର କଟିଂ ଗୃହରେ ପଢୁଥିବା ବେଳେ ବିରୋଧୀ ଦଳ ଉପନେତା ବିରୋଧ କରିଥିଲେ । ଏବେ କାହିଁକି ବିଜେପି ସମାନ କଥା ଦୋହରାଉଛି । ଦ୍ରୌପଦୀ ହେଉଛନ୍ତି ଆଦିବାସୀ ମହିଳା । ତାଙ୍କୁ ଆମେ ବହୁତ ଭଲ ପାଉ । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରଶଂସା କରିଛି । କିନ୍ତୁ ସେ ଯେଉଁ ଚିନ୍ତାଧାରାରେ ଯାଉଛନ୍ତି, ତାକୁ ଆମେ ବିରୋଧ କରୁଛୁ । ବିଜେପି ଯେଉଁକଥା ଉଠାଇଛି, ସେଥିରି କୌଣସି ଆପତ୍ତି ଜନକ ମନ୍ତବ୍ୟ ନାହିଁ । ବିଜେପିକୁ ଟାର୍ଗେଟ କଟି ଗୃହରେ ସମାଲୋଚନା କରୁଥିବା ବେଳେ ଏହି ସମୟରେ ବିଜେପି ନେତା ହୋହଲା କରିବାରୁ ଗୃହ କାର୍ଯ୍ୟ 4 ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...