ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲାଗି ବିଜେପି ଜାରି କଲା ଇସ୍ତାହାର । ବିଜେପି ରାଜ୍ୟକାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଏସ୍ତାହାରକୁ ପ୍ରକାଶ କରିଛନ୍ତି।
୧. ପଂଚାୟତରେ ଗ୍ରାମସଭା, ପଲ୍ଲୀସଭା ହେବ
୨. ମୋଦି ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି
୩. ପଂଚାୟତ ସ୍ତରରେ ଵ୍ୟାପକ ଅର୍ଥ ଲୁଟ ହେଉଛି | ବିଜେଡି ନେତା ଲୁଟ କରୁଛନ୍ତି | ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି ତେଣୁ ତାକୁ ବିଜେପି ଆଉ ହେବାକୁ ଦେବନି |
୪. ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ, ଡ଼ିଏମଏଫ, OMBADC ଫଣ୍ଡ ଅର୍ଥର ବ୍ୟାପକ ହରିଲୁଟ୍ । ଏଠି ଠିକାଦାର ସାଜୁଛି ମାଲିକ।
୫. ମଣ୍ଡି ବ୍ୟବସ୍ଥାକୁ ସୁଦୁଢ କରାଯିବ
୬. ମହିଳା ସଶକ୍ତିକରଣ କରାଯିବ
୭. ପ୍ରତେକ ପଂଚାୟତରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଜିନିଷକୁ ବଜାରରେ ବିକ୍ରି କରାଯିବ |
୮. ଷ୍ଟ୍ରିଟ ଲାଇଟ, ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ।