Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସମ୍ ଅଲ୍ଟିମେଟ୍‌ରେ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପ୍ରୋଭୋଇଡର କୋର୍ସ

ଭୁବନେଶ୍ୱର, ଜୁନ୍ ୨୪ : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ବେସିକ୍ ଲାଇଫ୍ ସପୋର୍ଟ (ବିଏଲ୍‌ଏସ୍ )ଓ ଆଡଭାନ୍ସ କାର୍ଡିଆକ୍ ଲାଇଫ୍ ସପୋର୍ଟ (ଏସିଏଲ୍‌ଏସ୍‌) ର ୩ ଦିନିଆ ପ୍ରୋଭାଇଡର କୋର୍ସ ଉଦ୍‌ଘାଟନ ହୋଇଯାଇଛି ।
ସମ୍ ଅଲ୍ଟିମେଟ୍ ମେଡିକେୟାର, ଭୁବନେଶ୍ୱର ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌) ଏବଂ ଆମେରିକାନ୍ ହାର୍ଟ ଆସୋସିଏସନ୍ ପକ୍ଷରୁ ଏହି ଶିକ୍ଷାଭିତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଡାକ୍ତରଖାନାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିଛନ୍ତି । ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ଉପରେ ତାଲିମ ଦିଆଯାଉଛି । କୌଣସି ରୋଗୀର ହଠାତ୍ ହୃଦଘାତ ହେଲେ କିପରି ଜୀବନ ବଂଚାଇ ହେବ ସେ ନେଇ ଏହି ପାଠ୍ୟକ୍ରମରେ ତାଲିମ ଦିଆଯାଉଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡା. ଶ୍ୱେତପଦ୍ମା ଦାଶ ଯୋଗ ଦେଇ କହିଛନ୍ତି ଏହି ପାଠ୍ୟକ୍ରମ ବୃତିଗତ ଅଭିବୃଦ୍ଧିରେ ସହାୟକ ହେବ । ସ୍ୱାସ୍ଥ୍ୟସେବା ଶିଳ୍ପରେ କ୍ୟାରିୟରରେ ଆମେରିକାନ୍ ହାର୍ଟ ଆସୋସିଏସନ୍ ସାର୍ଟିଫିକେଟ୍ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପାଠ୍ୟକ୍ରମର ଆବଶ୍ୟକତା ରହିଛି । ଏହା କେବଳ ବୃତିରେ ନୁହେଁ ବରଂ ଅନ୍ୟର ଜୀବନ ବଂଚାଇବାରେ ପ୍ରତିବଦ୍ଧତାର ପ୍ରମାଣ ଦେବ ।
କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡା. ବାନାମ୍ବର ରାୟ କହିଥିଲେ ଏହି ପାଠ୍ୟକ୍ରମ ଦେଶର କାର୍ଡିଓପଲମୋନାରୀ ରେସୁସିଟେସନ୍‌(ସିପିଆର୍‌) ଅଭ୍ୟାସରେ ଉନ୍ନତି ଆଣିବାରେ ସହାୟକ ହେବ ।
ଏଥି ସହ ଆନ୍ତର୍ଜାତୀୟ ମାନକୁ ବଜାୟ ରଖିବାକୁ ଏଥିରେ ଆମେରିକା ଓ ୟୁରୋପରେ ପ୍ରଚଳିତ ସିପିଆର୍‌କୁ ଅତି ଗମ୍ଭୀରତାର ସହ ଗ୍ରହଣ କରାଯାଇ ଅଭ୍ୟାସ କରାଯାଉଛି । ତେଣୁ ଭାରତରେ ମଧ୍ୟ ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
କାର୍ଯ୍ୟକ୍ରମରେ କ୍ରିଟିକାଲ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଆନନ୍ଦ ମିଶ୍ର କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଦିଆଯାଉଥିବା ଶିକ୍ଷା ସମାଜରେ ଅନେକ ଜୀବନ ବଂଚାଇବାରେ ସହାୟକ ହେବ । ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା କହିଥିଲେ ରାଜ୍ୟରେ ଏଭଳି ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମ୍ ଅଲ୍ଟିମେଟ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
କୋଲକାତା ଆମେରିକାନ୍ ହାର୍ଟ ଆସୋସିଏସନ୍‌ର ପ୍ରତିନିଧିତ୍ୱ କରୁଥିବା କୋଲକାତା ପିଅରଲେସ୍ ହସ୍ପିଟାଲ୍‌ର ଫ୍ୟାକଲ୍ଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିପିଆର୍ ଅଭ୍ୟାସ ସଂପର୍କିତ ପ୍ରଶିକ୍ଷଣ ଦେଇଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...