Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶେଷ ଦିନରେ ବିଜେଡିର ମାରାଥନ ପ୍ରଚାର

ଭୁବନେଶ୍ୱର : ଆଜି ଥିଲା ପ୍ରଚାରର ଶେଷ ଦିନ । ସକାଳୁ ସଂଧ୍ୟା ପଯ୍ୟନ୍ତ ମାରାଥନ ପ୍ରଚାର ଭିତରେ ନିଜକୁ ହଜେଇ ଦେଇଥିଲେ ଭୁବନେଶ୍ୱର ପୌର ନିର୍ବାଚନର ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ପ୍ରଚାରର ଶେଷ ଚରଣରେ ଜନ ସାଧାରଣକୁ ଭେଟି ବି ଏମ ସି ନିର୍ବାଚନ ରେ ବିଜେଡି କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଭୁବନେଶ୍ୱର ମହାନଗର ନିଗମର ବିକାଶ ରଥ କୁ ଆଗେଇ ନେବା ପାଇଁ ଆଗାମୀ 24 ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବି ଜେ ଡି କୁ ବିପୁଳ ଭୋଟରେ ଜିତେଇବା ପାଇଁ ପ୍ରଚାର ସମୟରେ ଶ୍ରୀମତୀ ଦାସ ରାଜଧାନୀ ବାସୀଙ୍କୁ ଆହ୍ବାନ ଦେଇଛନ୍ତି ।

ସକାଳେ 13 ନମ୍ୱର ୱାର୍ଡ ରୁ ମୋଟର ସାଇକେଲ ଶୋଭାଯାତ୍ରା ସହିତ ପ୍ରଚାର ଅଭିଯାନ ଆରମ୍ଭ ହୋଇଥିଲା । ଗୋଟିକ ପରେ ଗୋଟିଏ ୱାର୍ଡ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଭିଡ଼ ଲାଗି ରହିଥିଲା । 1 ନମ୍ୱର ଓ 2 ନମ୍ୱର ୱାର୍ଡରେ ପ୍ରଚାର କରି ମହିଳା, ବରିଷ୍ଠ ନାଗରିକ ଓ ଯୁବକମାନଙ୍କୁ ଭୁବନେଶ୍ୱର କୁ ବିକାଶ ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଆବଶ୍ୟକ ବୋଲି କାମନା କରିଥିଲେ ଶ୍ରୀମତୀ ଦାସ। ଏହି ଦୁଇ ୱାର୍ଡରେ ଶୋଭାଯାତ୍ରାର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।

14 ନମ୍ୱର ୱାର୍ଡ ଓ 8 ନମ୍ୱର ୱାର୍ଡର ବିଭିନ୍ନ ଅଞ୍ଚଳକୁ ଶୋଭାଯାତ୍ରାରେ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ବର ପାଇଁ ପରିକଳ୍ପନା କୁ ସାକାର ରୂପ ଦେବା ପାଇଁ ନିର୍ବାଚନରେ ବିଜେଡ଼ି କୁ ସମର୍ଥନ କରିବାକୁ ନିବେଦନ କରିଥିଲେ । ଅପରାହ୍ନ ରେ ସାଲିଆ ସାହିର  ପ୍ରଚାର ଅଭିଯାନ ଚଳାଇ ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ଵାସଭାଜନ ହେବାକୁ ପ୍ରୟାସ କରିଥିଲେ । 11 ନମ୍ୱର ୱାର୍ଡରେ ରହିଥିବା ବିଭିନ୍ନ ଛକରେ ରହି ପଥପ୍ରାନ୍ତ ସଭାରେ ସାଧାରଣ ଲୋକଙ୍କୁ ଭେଟିଥିଲେ ।

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ଵର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ପଞ୍ଚମ ପାଳି। ଆଜି ଏହି କାର୍ଯ୍ୟକ୍ରମରେ ଏକ ନିଆରା ମାନବିକତା ପଣ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।...