Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଭୟଭୀତ ହୁଅ ନାହିଁ, ସର୍ତକ ରୁହ:ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଏବେ ତୃତୀୟ ଲହର ଜାରି ରହିଛି। ଓମିକ୍ରନ ପାଇଁ ସଂକ୍ରମଣ ବଢୁଛି। ତେଣୁ ଆମକୁ ଆଉ କିଛି ଦିନ ଜଗିରଖି କଟକଣା ଭିତରେ ଚଳିବାକୁ  ହେବ। ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍ ମାନିବାକୁ ପଡିବ। ଅବହେଳା କଲେ ସମସ୍ତେ ଅସୁବିଧା ଭୋଗିବା। ବର୍ତ୍ତମାନ ସୁଧା ଜୀବନଜୀବିକା ଗରୁତ୍ବ ଦେଇ କଟକଣା କରାଯାଇଛି। ରାଜ୍ୟରେ କରୋନା ସ୍ଥିତି ନେଇ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଗତ ୭ ଦିନ ଧରି ୧୦ ରୁ ୧୧ ହଜାର କୋଭିଡ୍ ସଂକ୍ରମଣ ରହୁଛି। ଅବହେଳା କଲେ ଏହି ସଂଖ୍ୟା ଆହୁରି ବଢିପାରେ। ତେଣୁ ବାହାରକୁ ଗଲେ ଠିକ୍‌ରେ ମାସ୍କ ପିନ୍ଧନ୍ତୁ।  ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡୁଛି। ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ ଦରକାର ପଡୁଛି। ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ସଚିବ।

ସେ କହିଛନ୍ତି ଆସନ୍ତା କିଛି ଦିନ ରାଜ୍ୟ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ। ରାଜ୍ୟ ସରକାରଙ୍କ ଦ୍ଵାରା ଜାରି ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରନ୍ତୁ। କୋଭିଡ୍ ମୁକାବିଲାରେ ରାଜ୍ୟ ସରକାରIଙ୍କୁ ସହଯୋଗ କରନ୍ତୁ। ଲକ୍ଷଣ ଦେଖା ଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଅବହେଳା କଲେ ସଂକ୍ରମଣ ବଢିବ ଆଉ ସମସ୍ତେ ଅସୁବିଧା ଭୋଗିବା। ଲୋକଙ୍କ ଜୀବିକା ଯେମିତି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି। ସେଥିପାଇଁ ରାଜ୍ୟରେ ଲକଡାଉନ୍ କି ସଟଡାଉନ ଲାଗୁ କରାଯାଇ ନାହିଁ। ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି। ଗର୍ଭବତୀ ଏବଂ  ବୟସ୍କଙ୍କୁ କୋଭିଡ୍ ସଂକ୍ରମଣରୁ ଦୂରେଇ ରଖନ୍ତୁ।  ମାସ୍କ ପିନ୍ଧିବା ସହ ଗହଳି ଜାଗାକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଜନତାଙ୍କ ଅପିଲ୍ କରିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...