Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଭୋଟର ତାଲିକାରେ ନାହିଁ ବରିଷ୍ଠ ବିଜେପି ନେତା ବିନୋଦ ଦାସଙ୍କ ନାମ : ଗୁରୁବାର ହାଇକୋର୍ଟରେ ପୁର୍ଣ୍ଣାଙ୍ଗ ଶୁଣାଣୀ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ବିନୋଦ ଦାସଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଛିି । ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ପୁର୍ଣ୍ଣାଙ୍ଗ ଶୁଣାଣୀ ଗୁରୁବାର ହେବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଦାସ ଆବେଦନ କରିଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇନଥିଲା, ଏହି ପ୍ରସଙ୍ଗକୁ ନେଇ ଶ୍ରୀ ଦାସ ଦାୟର କରିଥିବା ଆବେଦନର ଉଚ୍ଚ ନ୍ୟାୟଳୟରେ ଶୁଣାଣୀ ହୋଇଥିବା ବେଳେ ରାଜ୍ୟ ସରକାର ଓ କଟକ ମହାନଗର ନିଗମ ପକ୍ଷ ରଖିଛି ।
ବିନୋଦ ଦାସ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୩୧ ନମ୍ବର ୱାର୍ଡର ପ୍ରଫେସର ପଡାର ବାସିନ୍ଧା । ଶ୍ରୀ ଦାସଙ୍କ ନାଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ସ୍ଥାନ ପାଇଥିଲା । ତାଙ୍କ ପରିବାରର ଅନ୍ୟ ଆଠ ଜଣ ସଦସ୍ୟଙ୍କ ନାଁ ମଧ୍ୟ ଶ୍ରୀ ଦାସଙ୍କ ନାଁ ସହ ଭୋଟର ତାଲକାରେ ରହିଥିଲା । କିନ୍ତୁ ପୌରନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ପରିବାରର ଅନ୍ୟ ସମସ୍ତଙ୍କ ନାଁ ଥିଲେ ମଧ୍ୟ ତାଙ୍କ ନାଁ କଟିଯାଇଥିଲା ।
ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ନାଁ ଭୋଟର ତାଲିକାରୁ କାଟି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ ସିଏମସି ଓ ଜିଲ୍ଲା ପ୍ରଶାସନର ନିର୍ବାଚନ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହାପରେ ଶ୍ରୀ ଦାସ ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ବରିଷ୍ଠ ବିଜେପି ନେତା ଶ୍ରୀ ଦାସଙ୍କ ନାଁ ସିଏମସି ମେୟର ପଦବୀ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଉଦ୍ଦେଶ୍ୟ ମୂଳକ ଭାବେ ଭୋଟର ତାଲିକାରୁ ତାଙ୍କ ନାମକୁ କାଟି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।
ନୂଆ ଭୋଟର ତାଲିକା ପ୍ରକାଶ ପରେ ଶ୍ରୀ ଦାସ ତାହାକୁ ଯାଂଚ କରିଥିଲେ । ମାତ୍ର ତାଙ୍କ ନାଁ ତାଲିକାରେ ଅନ୍ତର୍ଭୁକ୍ତ ନଥିଲା । ଏହାପରେ ସେ ସିଏମସି ଯାଇ ନାଁ ଯୋଡ଼ିବାକୁ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...