Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସରକାର ଜାରି କଲେ କଟକଣା, ଦେଖନ୍ତୁ କଣ ଖୋଲା, କଣ ବନ୍ଦ

ଭୁବନେଶ୍ୱର: ବଢିଲା କରୋନା ଲାଗୁ ହେଲା କଟକଣା। ଓଡିଶାକୁ ପୁଣି ଥରେ ଫେରିଲା ନାଇଟ୍‌ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଜାନୁଆରୀ ୭ରୁ ଏହି ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇ ଫେବୃଆରୀ ୧ ଯାଏଁ ବଳବତ୍ତର ରହିବ। କରୋନାର ନୂତନ ଭାରିଆଣ୍ଟ ଓମିକ୍ରନର ପ୍ରଭାବକୁ ଦୃଷ୍ଟିରେ ରଖି ଦ୍ଵାଦଶ ପର୍ଯ୍ୟନ୍ତ ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଜାରି ରହିବ। ସିନେମା ହଲ ୫୦ ପ୍ରତିଶତରେ ଚାଲିବ। କରୋନା ସଂପର୍କିତ ନୂତନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା। ଦେଖନ୍ତୁ କଣ ଖୋଲା କଣ ବନ୍ଦ…

1.  ରାଜ୍ୟର ସମସ୍ତ ସହରାଞ୍ଚଳରେ ଜାନୁଆରୀ ୭ରୁ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍‌କର୍ଫ୍ୟୁ ଲାଗୁ ହେବ। ଏହା ଫେବୃଆରୀ ୧ ତାରିଖ ଯାଏଁ ବଳବତ୍ତର ରହିବ ।

2. ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍‌ ପାଠପଢା । ଦ୍ବାଦଶ ଶ୍ରେଣୀ ଯାଏଁ ଜାରି ରହିଥିବା କ୍ଲାସ୍‌ ରୁମ୍‌ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍‌ରେ ପାଠପଢା ଜାରି ରହିବ । ଚାଲୁ ରହିବ ମାଟ୍ରିକ୍‌ ସମେଟିଭ୍‌ ପରୀକ୍ଷା । ଡାଉଟ କ୍ଲିୟରିଂ କ୍ଲାସ ହେଇ ପାରିବ।

2. ନୂଆ ଗାଇଡଲାଇନ୍‌ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍‌ । ଓ୍ଵାର୍କ ଫ୍ରମ ହୋମ୍‌ ପ୍ରତି ଗୁରୁତ୍ଵାରୋପ କରିବାକୁ ଏସଆରସି କହିଛନ୍ତି।

3.  ୧୦୦ ଲୋକଙ୍କୁ ନେଇ ବିବାହ କାର୍ଯ୍ୟ ଏବଂ  ବ୍ରତଘର କାର୍ଯ୍ୟ ଚାଲୁରହିବ । ଅନ୍ତୋଷ୍ଟି କ୍ରିୟାରେ ୫୦ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇପାରିବେ ନାହିଁ । ବାହାଘର ଶୋଭା ଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି। ବାହାଘର ଏବଂ ରିପେସନ ଛଡା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ। ବାହାଘରରେ ହଳଦୀ ଏବଂ ମେହେନ୍ଦି ପରି କାର୍ଯ୍ୟକ୍ରମ ମନା।

4. ରାଜ୍ୟରେ ହାଟ, ଦୋକାନ ବଜାର​‌ରେ ଖୋଲା ରହିବ। ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ୍‌ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ ନିୟମ ପାଳନ ନକଲେ ଦୋକାନକୁ ୭ ଦିନ ପାଇଁ ସିଲ୍‌ କରାଯିବ ।

5. ରାଜ୍ୟରେ ପିକ୍‌ନିକ୍‌ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । କୌଣସି ଶିକ୍ଷାନୁଷ୍ଠାନ ପିକ୍‌ନିକ୍‌ କିମ୍ବା ଭୋଜିଭାତ‌ କରିପାରିବେ ନାହିଁ।

6. କୌଣସି ହୋଟେଲ, ମଲ୍‌, କନଭେନସନ୍‌ ସେଣ୍ଟର ଏବଂ କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ।

7. ଧାର୍ମିକ ପୀଠମାନଙ୍କରେ କେବଳ ନୀତିକାନ୍ତି କରାଯିବ। କୌଣସି ଗହଳି କରାଯିବ ନାହିଁ । ଏ ନେଇ ସ୍ଥାନୀୟ ପ୍ରଶାସନ ଆଲର୍ଟ ରହିବ ।

୮. ହୋଟେଲ, ରେଷ୍ଟୁରାଣ୍ଟ, ଢାବା, ପବ୍‌ମାନଙ୍କରେ ପୂର୍ବରୁ ଶତ ପ୍ରତିଶତ ଲୋକ ବସୁଥିଲେ । କିନ୍ତୁ ଏବେ ତାହା ୫୦ ପ୍ରତିଶତରେ ଚାଲୁରହିବ ।

9.  ରାସ୍ତା ପାର୍ଶ୍ଵ ଦୋକାନୀ ମାନେ ରାତି ୯ଟା ଯାଏଁ ନିଜର ବ୍ୟବସାୟ କରିପାରିବେ । ଏହା ସହିତ ସେମାନେ ଗ୍ରାହକଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ କହିବେ।। ଉଠା ଜଳଖିଆ ଦୋକାନ ମାନଙ୍କରେ ଠିଆ ହୋଇ ଖାଇପାରିବେ। 5 ରୁ ଅଧିକ ଲୋକ ଖାଇ ପାରିବେ ନାହିଁ। ଖାଇବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରି ଖାଇବେ।

10. ପ୍ଲବିକ୍‌ ଟ୍ରାନ୍ସପୋର୍ଟ ଯେପରିକି, ବସ୍‌, କାର୍‌, ଟ୍ୟାକ୍ସିମାନଙ୍କରେ ଯାତ୍ରା କରିବାବେଳେ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦେବେ ।

11. ଯାତ୍ରା ହେଉଥିବା ସ୍ଥାନମାନଙ୍କରେ ସାମାଜିକ ଦୂରତା ପାଳନ କରିବାକୁ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

12. ଆସନ୍ତାକାଲି ଠାରୁ ସିନେମା ହଲ, ଥିଏଟରଗୁଡିକ ୫୦ ପ୍ରତିଶତ ଦର୍ଶକରେ ଚାଲିବ । ଅଫ୍‌ଲାଇନ୍‌ ଟିକେଟ୍‌ ଉପଲବ୍ଧ ହେବ ନାହିଁ । ଅନ୍‌ଲାଇନ୍‌ ଟିକେଟ କରି ଚଳଚିତ୍ର ଦେଖିବାକୁ ଯାଇପାରିବେ ଦର୍ଶକ ।

13. କୌଣସି ସରକାରୀ ମିଟିଂ, ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଲୋକ ରହିପାରିବେ ନାହିଁ । ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ମିଟିଂ କିମ୍ବା ଟ୍ରେନିଂ କରିପାରିବେ ।

14. ଘରୋଇ ଅଫିସଗୁଡିକୁ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅପିଲ୍‌ କରିଛନ୍ତି ରାଜ୍ୟ ସରକାର । ଯଦି ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା ରହୁଛି ତେବେ ତାହା ଉପରେ ଗୁରୁତ୍ବ ଦେବାକୁ ମଧ୍ୟ କହିଛନ୍ତି1।

15. ଆଗାମୀ ଦିନମାନଙ୍କରେ କୋଭିଡ ଆହୁରି ଭୟଙ୍କର ହୁଏ ତେବେ କଟକଣା ଆହୁରି କଠୋର କରିବାକୁ ରାଜ୍ୟ ସରକାର ବାଧ୍ୟ ହେବେ । ତେଣୁ କରୋନା ନିୟମକୁ ମାନି ଯେଉଁ ଅପିଲ କରାଯାଉଛି ତାହା ମାନିବାକୁ ରାଜ୍ୟ ସରକାର ଅପିଲ୍‌ କରିଛନ୍ତି ।

16. ସର୍ବାଧିକ ୫୦ ଜଣଙ୍କୁ ନେଇ ହୋଇ ପାରିବ ଇଣ୍ଡୋର ଓ ଆଉଟ୍ ଡୋର ଫିଲ୍ମ ସୁଟିଂକୁ ଅନୁମତି।

17. ସର୍ବାଧିକ ୧୦୦୦ ଜଣଙ୍କୁ ନେଇ ଚାଲିବ ଯାତ୍ରା।

18. ନନ୍ଦନ କାନନ ଖୋଲା ରହିବ। ଅନଲାଇନରେ ଟିକେଟ ମିଳିବ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...