Connect with us

Hi, what are you looking for?

ଜାତୀୟ

ଦିଲ୍ଲୀରେ ବଢିଲା କରୋନା, ସ୍ଥିତି ଚିନ୍ତା ଜନକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି କାୟା ବିସ୍ତାର କଲାଣି କରୋନା। ଏବେ ଭୂତାଣୁ ସଂକ୍ରମଣର ବେଗ ଏତେ ବଢିଛି ଯେ ଏଥରୁ ଆଗକୁ ସଂକ୍ରମଣ ହାର କେତେ ବଢିବ ତାହା କହିବା ବି ବିଶେଷଜ୍ଞଙ୍କ ଲାଗି କଷ୍ଟକର ହୋଇପଡିଛି। ଭୂତାଣୁର ସଂକ୍ରମଣ ତୀବ୍ର ହେବା ଯୋଗୁ ଗତ ୨୪ ଘଣ୍ଟାରେ ୨ହଜାର ୭୧୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ତେବେ ଶୁକ୍ରବାର ଅର୍ଥାତ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀରେ ସଂକ୍ରମଣ ହାର ୨.୪୪ ପ୍ରତିଶତ ଥିବା ବିଶେଷଜ୍ଞ କହିଥିଲେ। ହେଲେ ନୂଆ ମାମଲା ଚିହ୍ନଟ ପରେ ଏଠାରେ ସକରାତ୍ମକତା ହାର ୩.୬୪ ପ୍ରତିଶତକୁ ପହଞ୍ଚିଥିବା ନେଇ ବୈଜ୍ଞାନିକ ଆଶଙ୍କା କରୁଛନ୍ତି।

ଏହା ପୂର୍ବରୁ ଗୁରୁବାର ଦିଲ୍ଲୀର ୩ହଜାର ୩୧୩ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ଯାହା ମେ ୨୦୨୧ ପରେ ଦିନକରେ ସଂକ୍ରମଣର ସବୁଠାରୁ ଅଧିକ  ମାମଲା ଥିଲା। ତେବେ ଗୁରୁବାର ତୁଳନାରେ ଶୁକ୍ରବାର ଚିହ୍ନଟ ନୂଆ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୪୮୩ରୁ କିଛି ଅଧିକ ଥିବା ବେଳେ ଶନିବାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜଧାନୀ ଦିଲ୍ଲୀରେ ଡିସେମ୍ବର ପ୍ରଥମ ସପ୍ତାହରେ ପଜିଟିଭିଟି ହାର ୦.୧ ପ୍ରତିଶତ ଥିଲା। ଯାହା ମାସକରେ ବଢି ୩.୬୪ ପ୍ରତିଶତକୁ ପହଞ୍ଚିସାରିଲାଣି।

ସେପଟେ ନୂଆ କରି ଦେଶକୁ ପହଞ୍ଚିଥିବା ଓମିକ୍ରନ ମଧ୍ୟ ବେଗ ବୃଦ୍ଧି କଲାଣି। ଓମିକ୍ରନ ମାମଲା ସାଙ୍ଗରେ କରୋନାର ନୂଆ ସଂକ୍ରମଣ ହାର ମଧ୍ୟ ବଢ଼ିବଢ଼ି ଚାଲିଛି। ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୪୩୧ରେ ପହଞ୍ଚିଗଲାଣି। ତେବେ ଉପୁଜିଥିବା ପରିସ୍ଥିତିରେ କେବଳ ପିଲାଙ୍କ ଲାଗି ବିଭିନ୍ନ ହସ୍ପିଟାଲରେ ଏବେ ୩ ହଜାରରୁ ଅଧିକ ବେଡ ପ୍ରସ୍ତୁତ ରଖା ଯାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ତେବେ  ପ୍ରିଭେନସନ ବେଟର ଦ୍ୟାନ କ୍ୟୋର ବୋଲି ସେ କହିଛନ୍ତି। ଏଣୁ ଯେବେବି ଆମେ ଘରୁ ପଦାକୁ ବାହାରୁଛେ ମାସ୍କ ପିନ୍ଧିବା ଜରୁରି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଜାତୀୟ ରାଜଧାନୀରେ ୧୫ରୁ ୧୮ ଆୟୁବର୍ଗର ପିଲାଙ୍କ ଟିକାକରଣ ଲାଗି ଆମର ପ୍ରସ୍ତୁତି ସମ୍ପୂର୍ଣ୍ଣ ଶେଷ ହୋଇଛି। ଏହି ବର୍ଗଙ୍କ ଲାଗି ଏଠାରେ ଜାନୁୟାରୀ ୩ ତାରିଖରୁ ଟିକାକରଣ ଆରମ୍ଭ ହୋଇଯିବ। ଟିକାକରଣ ଲାଗି ଆମ ପାଖରେ ବୁଷ୍ଟର ପ୍ରିକ୍ୱେସନାରୀ ଡୋଜ ମହଜୁଦ ଥିବା ଜୈନ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଓମିକ୍ରନ ଆକ୍ରାନ୍ତ ରୋଗୀ ହସ୍ପିଟାଲରେ ଆଡମିଟ ଅଥବା ଅକ୍ସିଜେନ ସଂକଟ ଭଳି ଅଭିଯୋଗ କରି ନାହାନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...