Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ହଟିଲା କରୋନା କଟକଣା, କଲି ଠୁ ସବୁ ଖୋଲିଦେଲେ ସରକାର

ଭୁବନେଶ୍ୱର: ହଟିଲା କରୋନା କଟକଣା। ସବୁ ଖୋଲା କଲେ ରାଜ୍ୟସରକାର। ଏ ନେଇ  ରାଜ୍ୟ ସରକାରଙ୍କ ପକ୍ଷରୁ  ମାର୍ଚ୍ଚ ଗାଇଡ୍‌ଲାଇନ୍‌  ଜାରି କରାଯାଇଛି।  ମାର୍ଚ୍ଚରେ ମାସରେ ରାଜ୍ୟସରକାର ଅନଲକ ପକ୍ରିୟା ଆରମ୍ଭ କରିଛନ୍ତି।  ପ୍ରାୟ ସମସ୍ତ ଆକ୍ଟିଭିଟି ଉପରୁ କଟକଣା ହଟାଇଛନ୍ତି ସରକାର ।

୧. ସାରା ରାଜ୍ୟରୁ ହଟିଲା ନାଇଟ୍‌ କର୍ଫ୍ୟୁ।

୨. କୋଭିଡ୍‌ ନିୟମ ପାଳନ ସହ ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶକୁ ଅନୁମତି ଦିଆଯାଇଛି ।

୩. ପ୍ରଦର୍ଶନୀ, ବାଣିଜ୍ୟ ମେଳା ଆଦିକୁ ମିଳିଛି ସରକାରଙ୍କ ଅନୁମତି ।

୪. ବାହାଘର , ବ୍ରତଘର ଭଳି କାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ ମିଳିଛି ଅନୁମତି । ସେହିଭଳି ଶୁଦ୍ଧିକ୍ରିୟାରେ ୨୫୦ଜଣ ଯୋଗଦେଇପାରିବେ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ ।

୫. ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳପୂର୍ଣ୍ଣିମା ଓ ହୋଲି ପାଳନ ହେଉଥିବାରୁ ଏଥି ପାଇଁ ମଧ୍ୟ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି ।

୬. ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା  ଉପରେ ରୋକ୍‌ ଲାଗାଯାଇଛି।   କେବଳ ନିଜ ନିଜ ଘରେ ରହି ରଙ୍ଗର ପର୍ବ ପାଳିବାକୁ କୁହାଯାଇଛି ।

୭.ଏଥି ସହ ୬୫ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ଏବଂ ୧୦ବର୍ଷ ବୟସରୁ କମ୍‌ ପିଲାମାନଙ୍କୁ ଗହଳି ସ୍ଥାନକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...