Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସବୁ ଜିଲାରେ ଚିହ୍ନଟ ହେଲା ଓମିକ୍ରନ, କରୋନା ଗ୍ରାଫ ୨ହଜାର ମୁହାଁ

ଭୁବନେଶ୍ୱର: ବଢିଲା କ ରୋନା ଆକ୍ରାନ୍ତଙ୍କ ସାଂଖ୍ୟ। ଆଜି 1897ଜଣ କ ରୋନା ପିଜେଟିଭ ଚିହ୍ନଟ ହୋଇଛନ୍ତି। ଆଜି ବି ଖୋର୍ଦ୍ଧା ରୁ ସର୍ବାଧିକ 669 ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ 262, କଟକରୁ 148, ବାଲେଶ୍ୱରରୁ100, ସମ୍ବଲପୁରରୁ125 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ଏବେ ସବୁ ଜିଲ୍ଲାରେ ଓମିକ୍ରନ ଉପସ୍ଥିତି ଦେଖାଦେଲାଣି । ସଂକ୍ରମଣ ଆଗକୁ ଆହୁରି ବଢ଼ିବ । ଅଲଗା ରାଜ୍ୟରେ ଯେଭଳି ବଢ଼ୁଛି, ଆମ ରାଜ୍ୟରେ ବି ବଢ଼ିବ । ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ସିଭିୟରିଟି ନାହିଁ, ଯଦି ବଢ଼ିବ ସେଥିଲାଗି ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ଟୀକାକରଣ, ସର୍ଭେଲାନ୍ସ ଜାରି ରହିଛି । ଏବେ ରାଜ୍ୟରେ ICU ଲୋଡ଼ ବହୁତ କମ ରହିଛି । ICU ବେଡ଼ ବଢାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ସେସବୁ ଜିଲ୍ଲା ଉପରେ ସରକାରଙ୍କ ନଜର ରହିଛି । ଲୋକମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ, କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ ।
10 ତାରିଖରୁ ବୟସ୍କ, ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୁଷ୍ଟର ଡୋଜ ଆରମ୍ଭ ହେବ । କେନ୍ଦ୍ର ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟୀକା ନେଇଛନ୍ତି, ସେଇ ଟୀକା ହିଁ ନେବେ ।
ICMR ତରଫରୁ ଓମିକ୍ରନ ଚିହ୍ନଟ ଲାଗି କିଛିଦିନ ତଳେ ନୂଆ କିଟ ବ୍ୟବହାର ନେଇ ଅନୁମୋଦନ ଆସିଛି । ଏହି କିଟ ଆଣିବାକୁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି କହିିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...