Connect with us

Hi, what are you looking for?

Uncategorized

କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି କି, ଟେଷ୍ଟ ଦରକାର ଅଛି କି ନାହିଁ, ଦେଖନ୍ତୁ

ଦେଶରେ ବଢୁଥିବା କରୋନା ମାମଲାକୁ ନଜରରେ ରଖି ସବୁ ସରକାର ପ୍ରତିଦିନ ନୂଆ ନୂଆ ପଦକ୍ଷେପ ଆପଣାଉଛନ୍ତି । ଏହାରି ଭିତରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR) କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଯାଞ୍ଚ ଉପରେ ନୂଆ ମାର୍ଗଦର୍ଶିକା ଜାରି କରିଛି । ଏହା ଅନୁଯାୟୀ, ଏଣିକି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକେ ନିଜର ଟେଷ୍ଟ କରିବାର ଆବଶ୍ୟକତା ନାହିଁ । କେବଳ ଅଧିକ ବୟସ୍କ ଏବଂ ଗୁରୁତର ରୋଗର ସମସ୍ୟା ଥିବା ବ୍ୟକ୍ତି ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

କରୋନାର ବଢୁଥିବା ମାମଲା ଯୋଗୁଁ ଟେଷ୍ଟିଂର ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି। ICMRର ପରାମର୍ଶ, ଆନ୍ତଃରାଜ୍ୟ ଘରୋଇ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ମଧ୍ୟ କରୋନା ଟେଷ୍ଟିଂ କରିବାର ଆବଶ୍ୟକତା ନାହିଁ। ଏହାସହ ନୂତନ ଗାଇଡଲାଇନ ଅନୁସାରେ, ପଏଣ୍ଟ ଅଫ୍ କେୟାର ଟେଷ୍ଟ ( ଘରେ କିମ୍ୱା ନିଜସ୍ୱ ଯାଞ୍ଚ) ଏବଂ ମାଲ୍ୟୁକର ଟେଷ୍ଟରେ ଜଣେ ପଜିଟିଭକୁ ପୁଣି ଥରେ ଟେଷ୍ଟିଂ ନକରି ସଂକ୍ରମିତ ବୋଲି ଗ୍ରହଣ କରାଯିବା ଦରକାର। ଏହାସହ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନିଜସ୍ୱ ଯାଞ୍ଚ ରିପୋର୍ଟ ଯଦି ନେଗେଟିଭ ରହିଛି, ସେମାନେ ଆରଟି-ପିସିଆର ଟେଷ୍ଟ କରାଇନେବା ଦରକାର ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like