ନୂଆଦିଲ୍ଲୀ: କରୋନା ସମୟରେ ବିଦେଶ ଫେରାନ୍ତଙ୍କ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ୨୨ ଜାନୁୟାରୀ ପରେ ରିସ୍କି ଦେଶମାନଙ୍କରୁ ଆସୁଥିବା ଲୋକଙ୍କ ଲାଗି ଦେଶରେ ଆଇସୋଲେସନ ଆଉ ବାଧ୍ୟତାମୂଳକ ନୁହେଁ ବୋଲି ଜାରି ଗାଇଡଲାଇନରେ କୁହାଯାଇଛି। ଏଥିରେ ଯଦି କୌଣସି ବ୍ୟକ୍ତି ଅସୁସ୍ଥ ମିଳନ୍ତି ଓ ପରୀକ୍ଷଣରୁ ସେ କୋଭିଡ ଆକ୍ରାନ୍ତ ଜଣାପଡନ୍ତି ତେବେ ତାଙ୍କ ନମୁନା ଜିନୋମ ସିକ୍ୱେନସିଂ ଲାଗି ପଠାଯିବା ସହ ପ୍ରୋଟକଲ ଅନୁସାରେ ଚିକିତ୍ସିତ ହେବେ ବୋଲି କୁହାଯାଇଛି।
ଦେଶରେ ଏବେ ଦୈନିକ ଯେତିକି ନୂଆ କରୋନା ମାମଲା ଚିହ୍ନଟ ହେଉଛି ତାହା ଗତ ଦିନମାନଙ୍କଠାରୁ ପ୍ରାୟ ୯ ପ୍ରତିଶତ ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ଦେଶରେ ୩.୪୭ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୭୦୩ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ସାରା ବିଶ୍ୱରେ କରୋନା ଭାଇରସ ମାମଲା ବଢ଼ି ୩୪.୦୪ କୋଟି ପାର କରିଛି। ଏହି ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୫.୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।