Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ସୋଫିଆ

କଟକ: ପାକିସ୍ତାନ ଜିନ୍ଦାବାଦ ପ୍ରସଙ୍ଗକୁ ନେଇ ସାମ୍ନାକୁ ଆସି ସ୍ପଷ୍ଟ କରିଛନ୍ତି କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଷ। ଏକ ଭିଡିଓ ବାର୍ତାରେ ସେ କହିଛନ୍ତି, ଗତ ଜୁନ ମାସ ୬ ତାରିଖରେ କଟକରେ ହୋଇଥିବା ବିଜୟ ଉତ୍ସବ ଶୋଭାଯାତ୍ରାରେ ସହରର ଗଳିକନ୍ଦିରୁ ବହୁତ୍ ସଂଖ୍ୟାରେ ଜନସାଧାରଣ ସ୍ଵେଚ୍ଛାକୃତ ଭାବରେ ଯୋଗଦେଇ ମତେ ଆଶୀର୍ବାଦ କରିଥିଲେ ।୧୩ ନମ୍ବର ୱାର୍ଡରୁ ମଧ୍ୟ ଏକ ଶୋଭାଯାତ୍ରା ଜନସାଧାରଣଙ୍କ ଦ୍ଵାରା ବାହାରିଥିଲା ।

ଦୁର୍ଭାଗ୍ୟବଶତଃ ଉକ୍ତ ଶୋଭାଯାତ୍ରାର ମୂଳ ଭିଡିଓର ସ୍ଲୋଗାନକୁ (ମୁକ୍କିମ୍ ଭାଇ ଜିନ୍ଦାବାଦ, ସୋଫିଆ ଦିଦି ଜିନ୍ଦାବାଦ) କେହି ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ଭିନ୍ନ ଅର୍ଥରେ ଉପସ୍ଥାପିତ କରିବା ସହ ଏଡ଼ିଟ୍ କରାଯାଇ ବିବାଦୀୟ ଭାବରେ ଭାଇରାଲ କରାଯାଉଅଛି। ଏହା ଦ୍ଵାରା ମତେ ଏବଂ କଟକ ସହରକୁ ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରାଯାଇଅଛି ।

ସେ କହିଛନ୍ତି, କଟକ ହେଉଛି ଭାଇଚାରାର ସହର, ଯଦି ଖଳପ୍ରକୃତିର ଲୋକ ଯଦି ଏଇ ଭାଇଚାରାକୁ ନଷ୍ଟ କରିବାକୁ ଉଦ୍ୟମ କରିବେ ତାହାକୁ ଆମେ କେବେବି ପ୍ରଶୟ ଦେବୁନାହିଁ | ଏହାକୁ ମୁଁ ଦୃଢ଼ ନିନ୍ଦା କରିବା ସହିତ ପ୍ରଶାସନକୁ ଅନୁରୋଧ କରୁଅଛି ଯେ ଏହାର ତୁରନ୍ତ ତଦନ୍ତ କରନ୍ତୁ ଏବଂ ଦୋଷୀକୁ ସାମ୍ନାକୁ ଆଣି ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...