Connect with us

Hi, what are you looking for?

ଜାତୀୟ

ବଢିଲା ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ

ନୂଆଦିଲ୍ଲୀ: ବଢ଼ିଲା ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ। କିଛି ମାସ ପରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ନିର୍ବାଚନ ଖର୍ଚ୍ଚ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ କମିଶନ ସଂସଦୀୟ ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବଢାଇଛନ୍ତି। ୨୦୧୪ ପରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବୃଦ୍ଧି ନିଷ୍ପତ୍ତି ହୋଇଛି। ନିର୍ବାଚନ ଆୟୋଗଙ୍କ ନୂତନ ନିୟମ ଅନୁଯାୟୀ, ଲୋକସଭା ନିର୍ବାଚନରେ ଯେଉଁ ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ସର୍ବାଧିକ ୭୦ ଲକ୍ଷ ଥିଲା, ତାକୁ ବଢାଯାଇ ୯୫ ଲକ୍ଷ ଟଙ୍କା କରାଯାଇଛି। ଏହା ବ୍ୟତୀତ ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସୀମା ୫୪ ଲକ୍ଷ ଥିଲା ତାହା ବୃଦ୍ଧି କରି ୭୫ ଲକ୍ଷ କରାଯାଇଛି।

ବିଧାନସଭା ପ୍ରାର୍ଥୀଙ୍କ ବର୍ଦ୍ଧିତ ଖର୍ଚ୍ଚ ସୀମା

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଗୁରୁବାର ଘୋଷଣା କରିଛନ୍ତି ଯେ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ୨୦ ଲକ୍ଷରୁ ବଢାଯାଇ ୨୮ ଲକ୍ଷ କରାଯାଇଛି। ଯେଉଁ ରାଜ୍ୟରେ ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷ ଥିଲା ତାକୁ ୪୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନୂତନ ଖର୍ଚ୍ଚ ସୀମା ଆଗାମୀ ସମସ୍ତ ନିର୍ବାଚନରେ ଲାଗୁ ହେବ ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

ନିର୍ବାଚନୀ ଖର୍ଚ୍ଚ ସୀମାରେ ଶେଷ ଥର ୨୦୧୪ରେ ସଂଶୋଧନ କରାଯାଇଥିଲା। ତେବେ ୨୦୨୦ରେ ଏଥିରେ ୧୦ ପ୍ରତିଶତ ବଢାଯାଇଥିଲା। ଏଥିସହ ଆୟୋଗ ଏହି ସଂପର୍କିତ ଏକ କମିଟି ଗଠନ କରିଥିଲେ। ଏହି କମିଟିର ଉଦ୍ଦେଶ୍ୟ ସମସ୍ତ ସମ୍ବନ୍ଧିତ ପ୍ରସଙ୍ଗକୁ  ଅଧ୍ୟୟନ କରି ଉପଯୁକ୍ତ ସୁପାରିଶ କରିବ। କମିଟି ନିଜ ଅଧ୍ୟୟନରୁ ଜାଣିବାକୁ ପାଇଥିଲେ ଯେ, ୨୦୧୪ ପରଠୁ ମତାଦାତାଙ୍କ ସଂଖ୍ୟା ଏବଂ ଖର୍ଚ୍ଚ ମୁଦ୍ରାସ୍ଫୀତି ସୂଚକାଙ୍କରେ ବୃଦ୍ଧି ଘଟିଛି। କମିଟିର ରିପୋର୍ଟକୁ ଆଧାର କରି ନିର୍ବାଚନ କମିଶନ ନିର୍ବାଚନ ଖର୍ଚ୍ଚ ସୀମା ବଢାଇଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...