Connect with us

Hi, what are you looking for?

ଜାତୀୟ

ଆସିଲା ଏକଜିଟ ପୋଲ ରେଜଲ୍ଟ, ପଞ୍ଜାଵରେ କିଏ ସରକାର ଗଠନ କରିବ ଦେଖନ୍ତୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶେଷ ହେଲା  ଭୋଟ ଗ୍ରହଣ। ମାର୍ଚ୍ଚ 10 ତାରିଖକୁ  ଏବେ ସମସ୍ତଙ୍କ ଅପେକ୍ଷା ।  କାରଣ ୧୦ ତାରିଖରେ ଉତ୍ତର ପ୍ରଦେଶ ସହ ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ   ବୁଥ ବାହୁଡ଼ା ମତାମତ ପ୍ରକାଶ ପାଇଛି।

ପ୍ରଥମ ପର୍ଯ୍ୟାୟରେ ପଞ୍ଜାବ ବିଧାନସଭା ନିର୍ବାଚନର ଏକଜିଟ ପୋଲ ରେଜଲ୍ଟ ପ୍ରକାଶ ପାଇଛି। ସବୁ ଏକଜିଟ ପୋଲ ରେଜଲ୍ଟ ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି କହିଛନ୍ତି।

ଜନକୀ ବାତ- ଇଣ୍ଡିଆ ନ୍ୟୁଜ ଅନୁଯାୟୀ, ପଞ୍ଜାବର ୧୧୭ ବିଧାନସଭା ଆସନରୁ ଆପ୍‌ ୬୦-୮୪,  କଂଗ୍ରେସ ୩୧-୧୮, ଅକାଳୀ ୧୯-୧୨ ଓ ବିଜେପି ମେଣ୍ଟ ୭-୦୩ଟି ଆସନ ପାଇବ। ଇଣ୍ଡିଆ ଟୁଡେ-ଆକ୍ସିସ ଅନୁଯାୟୀ, ଆପ ୭୬-୯୦, କଂଗ୍ରେସ ୧୯-୩୧, ବିଜେପି ମେଣ୍ଟ ୧-୪ ଓ ଅକାଳୀ ୮-୧୧ଟି ଆସନ ପାଇବ।

ସେହିଭଳି ନ୍ୟୁଜ୍‌ଏକ୍ସ-ପୋଲ୍‌ଷ୍ଟାର୍ଟର ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ଆପ୍‌ ୫୬ରୁ ୬୧ଟି ଆସନ ଜିତିବ। କଂଗ୍ରେସ ୨୪ରୁ ୨୯ଟି ଓ ବିଜେପି ୧ରୁ ୬ଟି ଆସନ ପାଇବ। ଅନ୍ୟାନ୍ୟ ଦଳ ମିଶି ୨୨ରୁ ୨୬ଟି ଆସନ ପାଇବେ।

ଇଟିଜିର ଏକ୍‌ଜିଟ୍ ପୋଲ୍ ଫଳାଫଳ ବି ଆପ୍ ସପକ୍ଷରେ ଯାଇଛି। ଏହାର ତଥ୍ୟ ମୁତାବକ ପଞ୍ଜାବରେ ଆପ୍ ୭୦-୭୫ ଆସନ ପାଇବ। ସେହିଭଳି କଂଗ୍ରେସ ୨୭-୩୩, ବିଜେପି ୩-୭ ଓ ଅନ୍ୟାନ୍ୟ ୭-୧୩ଟି ଆସନ ପାଇବେ।

ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭାରେ ମୋଟ ୧୧୭ଟି ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ହେଉଛି ୫୯। ଅର୍ଥାତ ୫୯ ବା ତା’ଠାରୁ ଅଧିକ ଆସନ ଯେଉଁ ଦଳ ଜିତିବ, ସେ ଏଠାରେ ସରକାର ଗଠନ କରିବ।

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଓଡ଼ିଶା ନ୍ୟୁଜ

ପୁରୀ: ଖୋଲିଲା ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲାଯାଇଛି। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି।  ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ।  ରତ୍ନ...