Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କୁବେର ବାବୁଙ୍କ ପଛରେ କିଏ ?

ନବରଙ୍ଗପୁର,୨୪/୬- ଭିଜିଲାନସ୍ ବିଭାଗ ଦ୍ବାରା ନବରଙ୍ଗପୁର ଉପଜିଲ୍ଲାପଳଙ୍କ ଅମାପ ସମ୍ପତ୍ତିର ଆକଳନ ରାଜ୍ୟବାସୀଙ୍କୁ ବିସ୍ମିତ କରିଛି । ଓଡ଼ିଶା ରାଜ୍ୟ ଇତିହାସରେ ଏଭଳି ଦୁର୍ନିତୀଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି । ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ ପାଇଛି । କୋରାପୁଟ ଜିଲା ସଂଗଠକ ଅଶୋକ ମିଶ୍ର ନବରଙ୍ଗପୁର ଲକ୍ଷ୍ମୀ ଚନ୍ଦ୍ର ଦାଶ୍ ପ୍ରେସ କ୍ଲବ ଠାରେ ଆୟୋଜିତ ଖବରଦାଦା ସମ୍ମିଳନୀରେ କହିଛନ୍ତିଯେ କୋଟି କୋଟି ଟଙ୍କା ସେମାନଙ୍କ ନିକଟରୁ ବାହାରେ ଯେଉଁମାନଙ୍କର ଖଣି ମାଫିଆ, ଗଞ୍ଜେଇ ମାଫିଆ ଓ ଆତଙ୍କବାଦୀ ସମ୍ପୃକି ଥାଏ । ନବରଙ୍ଗପୁର ଜିଲାରେ ଖଣି ନାହିଁ , ଗଞ୍ଜେଇ ନାହିଁ । ଭାରପ୍ରାପ୍ତ ଉପଜିଲାପାଳ ଯେଉଁ କୋଟିକୋଟି ଟଙ୍କା ଘରେ ଓ ସରକାରୀ କ୍ବାଟରରେ ରଖିଥିଲେ ତାହାକୁ ନେଇ ତାହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ । ଏହି କାରବାରରେ ଯେଉଁ ମାନଙ୍କ ସମ୍ପୃକି ରହିଛି ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଭିଜିଲାନ୍ସ ଯେଉଁ ପଦକ୍ଷପ ନେଇ ରାଉତଙ୍କ ଠାରୁ ଟଙ୍କା ଜବତ କରିଛି ତାହାକୁ ନେଇ ଧନ୍ୟବାଦ ଜଣାଇଛନ୍ତି କୋରାପୁଟ ଜିଲା ସଂଗଠକ ମିଶ୍ର । ତେବେ ରାଜ୍ୟ କମିଟିର ଆବାହାକ ବରିଷ୍ଟ ଆଇନ୍‌ଜୀବୀ ସୁବ୍ରତ କୁମାର ନନ୍ଦ ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ରାଜ୍ୟ ସ୍ତରିୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି । କେବଳ ଉପଜିଲ୍ଲାପାଳ ନୁହଁନ୍ତି ଏହି ଦୁର୍ନିତୀରେ
ବହୁ ସଂଖ୍ୟକ ଭ୍ରଷ୍ଟା ଅଧିକାରୀ ସଂପୃକ୍ତି ଥିବା କଥା ପ୍ରଥମିକ ଅନୁସନ୍ଧାନରୁ ଜଣାପଡିଛି । ଖୁବ୍ ଶୀଘ୍ର ନବରଙ୍ଗପୁର ଜିଲ୍ଲା ଏହି ପ୍ୟାକ୍ଟ ଫାଇଣ୍ଡିଂ କମିଟି ଗ୍ରସ୍ତ କରି ଦୁର୍ନିତୀର ଉତ୍ସ ସଂପର୍କରେ ତଦନ୍ତ କରିବେ । ନବରଙ୍ଗପୁର ଠାରେ ରାଜ୍ୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଲୋକମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯିବ । ଏହି କମିଟିର ଆବାହକ
ରୂପେ କୋରାପୁଟ ଜିଲ୍ଲା ସଭାପତି ତଥା ନବରଙ୍ଗପୁର ବାର ଆସୋସିଏସନର ପୂର୍ବତନ ସଭାପତି ଅଶୋକ ମିଶ୍ର, ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ପଣ୍ଡା, କୋଟାପୁଟ ଜିଲ୍ଲା ସଂଯୋଜକ ଶରତ ପଟ୍ଟନାୟ, ନବରଙ୍ଗପୁର ଜିଲ୍ଲା ସଭାପତି ତଥା ଈଶ୍ୱର ରାଓ ଓ ସୁପ୍ରିମ୍ କୋର୍ଟର ଆଇନଜୀବୀତଥା କଳାହାଣ୍ଡି ଜିଲ୍ଲା ସଭାପତି ସଞ୍ଜୀବ ଯୋଶୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା କଥା ସଂଗଠନ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରାଯାଇଛି । ଖବରଦାତା ସମ୍ମିଳନୀରେ ନବରଙ୍ଗପୁର ଜିଲା ସଭାପତି ଈଶ୍ୱର ରାଓ ଓ କୋରାପୁଟ ଜିଲା ସଂଯୋଜକ ଶରତ ପଟନାୟକ ଉପସ୍ଥିତ ଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like