Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ରାଜ୍ୟ ସ୍ତରୀୟ CSR କନକ୍ଲେଭ : ଦାମନଯୋଡିରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଆଉଟଲେଟ୍ ୱାଲେଟ 4 ୱେଲଥ ଉଦଘାଟିତ

# ୪ ବର୍ଷରେ ଦୁଇ ଗୁଣା ବଢିଛି ସିଏସଆର ବଜେଟ 
# ନୂଆ ଟ୍ରେଣ୍ଡ ଉପରେ ଧ୍ୟାନ ଦେବାକୁ ଆହ୍ୱାନ
# ଦାମନଯୋଡିରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଆଉଟଲେଟ୍ ୱାଲେଟ 4 ୱେଲଥ ଉଦଘାଟିତ
 ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର। ସମାଜ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖାଦେଇଛି। ଫଳରେ ନୂଆ ନୂଆ ଧାରା ଦେଖିବାକୁ ମିଳୁଛି। ବଡ କଥା ହେଉଛି ଏହି ଦିଗରେ ମୋଟ ବଜେଟ ଦୁଇ ଗୁଣ ହୋଇଛି। 2015ରେ ସିଏସଆର ବାବଦରେ 10 ହଜାର ଟଙ୍କାର ବଜେଟ ରଖୁଥିବା ବେଳେ 2019ରେ ତାହା 19 ହଜାର କୋଟିକୁ ବୃଦ୍ଧି ହୋଇଛି। ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥାଙ୍କୁ ଏକ ରାଜ୍ୟ ସ୍ତରୀୟ CSR କନକ୍ଲେଭରୁ ଏହା ଜଣାପଡିଛି। ମଙ୍ଗଳବାର ଏହି କନକ୍ଲେଭ ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ସାମାଜିକ କାର୍ଯ୍ୟକ୍ରମ କରିବା, ରାଜ୍ୟକୁ ପରିବର୍ତନର ସ୍ରୋତରେ ଆଗେଇ ନେବା ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ବକ୍ତାମାନେ ମତ ରଖିଥିଲେ। ରାଜ୍ୟ ସରକାର ଓ ବେଦାନ୍ତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ବେଦାନ୍ତ, JSPL, JSW, MCL, HAL, ଆର୍ସେଲର ମିତ୍ତଲ, ହିଣ୍ଡାଲକୋ -ଉତ୍କଳ ଆଲୁମିନା, ଟିପିସିଓଡିଏଲ୍, ଡାଲମିଆ ସିମେଣ୍ଟ, ନାଲ୍କୋ, FACOR, ଟାଟା ଷ୍ଟିଲ୍ ଇତ୍ୟାଦି ସାମିଲ ହୋଇଥିଲେ। CII, UCCI ଭଳି ଶିଳ୍ପସଂଘ ଅଂଶଗ୍ରହଣ କରିଥିଲେ। ଏହି କନକ୍ଲେଭକୁ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସି ଜେ ଭେନୁଗୋପାଲ ଏବଂ ଜଣାଶୁଣା କର୍ପୋରେଟ ଆଇକନ ଶ୍ରୀ ତପନ ଚାନ୍ଦ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରୀ ଭେନୁଗୋପାଲ ତାଙ୍କ ଉଦ୍‌ଘାଟନୀ ବକ୍ତବ୍ୟରେ କହିଥିଲେ, ଜଳବାୟୁ କାର୍ଯ୍ୟ ଏବଂ ସବୁଜ ଶକ୍ତି ଉପରେ ଶିଳ୍ପ ଗୁଡିକ ଅଧିକ ଧ୍ୟାନ ଦେବାକୁ ହେବ। କର୍ପୋରେଟ ସଂସ୍ଥା ସେମାନଙ୍କ ସାମାଜ ମଙ୍ଗଳ କାର୍ଯ୍ୟକ୍ରମ ମଧ୍ୟରେ ନୂଆ ଦିଗକୁ ଆପଣାଇବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ | ରାଜ୍ୟର ଅଭିବୃଦ୍ଧି ତଥା ବିକାଶ ପାଇଁ ସିଏସଆରଏକ ବଡ ଭୂମିକା ରହିଛି।  ଆଲୋଚନା ପାଇଁ ଗୋଟିଏ ପ୍ଲାଟଫର୍ମରେ ସମସ୍ତେ ଏକାଠି ହୋଇ ଶିଳ୍ପସଂସ୍ଥାର ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଛନ୍ତି। ଶିଳ୍ପ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ସମ୍ବୋଧିତ କରି କର୍ପୋରେଟ ଆଇକନ ଶ୍ରୀ ତପନ ଚାନ୍ଦ କହିଛନ୍ତି ଯେ ସିଏସ୍ଆର୍ ଉପରେ ଆଇନଗତ ବ୍ୟବସ୍ଥା ପ୍ରଣୟନ କରିବା ଫଳରେ ଏହି ବଜେଟ୍ ଦ୍ୱିଗୁଣିତ ହୋଇପାରିଛି। ଶିଳ୍ପପତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ବଢିଛି। ତେବେ ସି ଏସ ଆର ରେ ନୂଆ ଟ୍ରେଣ୍ଡ ଉପରେ ଆମକୁ ଅଧିକ ଫୋକସ ଦେବାକୁ ପଡିବ ବୋଲି ସେ କହିଛନ୍ତି।
ସମସ୍ତ  ଶିଳ୍ପ ସଂସ୍ଥା ସେମାନଙ୍କର ଫ୍ଲାଗସିପ୍ CSR ପ୍ରକଳ୍ପ ବିଷୟରେ ଏଥିରେ ଉପସ୍ଥାପନା କରିଥିଲେ | ସମସ୍ତ ସଂଗଠନ ଏକ ମିଶନ ସହିତ ରାଜ୍ୟରେ CSR କାର୍ଯ୍ୟକାରୀ କରିବା ଏବଂ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ |
କନକ୍ଲେଭରେ ଉଦୀୟମାନ ଉଦ୍ୟୋଗୀ ୱାଲେଟ ଫର ୱେଲଥର ଏମ ଡି ଶ୍ରୀ ତ୍ରିନାଥ ଲେଙ୍କା ଏବଂ ଓଡିଶାର ସୁଦୂର ଅଞ୍ଚଳରେ ସେବା ଯୋଗାଉଥିବା ଇକୋ ଟୁରିଜିମ ସଂଗଠନ ସୁଧାକର ରାଓ ନିଜ ନିଜର ସେବା ସମ୍ପର୍କରେ ଉପସ୍ଥାପନା କରିଥିଲେ।  ଶ୍ରୀ ଲେଙ୍କା ଆର୍ଥିକ ଶିକ୍ଷା ମାଧ୍ୟମରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ପାଇଁ ସେବାଗୁଡିକ ଉପସ୍ଥାପନ କରିଥିଲେ ଯାହା CSR ର ମୂଳ ଅଟେ | ଏହି କମ୍ପାନୀ ପୂର୍ବରୁ ଓଡିଶାର ପାଞ୍ଚଟି ସ୍ଥାନରେ କାର୍ଯ୍ୟ କରୁଛି ଏବଂ ଲୋକଙ୍କ ପାଇଁ ଆର୍ଥିକ ଅନ୍ତର୍ଭୂକ୍ତିକୁ ନେଇ ସେବା ଯୋଗାଇବା ପାଇଁ ବଦ୍ଧ ପରିକର ବୋଲି ସେ କହିଛନ୍ତି। କନକ୍ଲେଭରେ ଦାମନଯୋଡି ଠାରେ ୱାଲେଟ ଫର ୱେଲଥର ଷଷ୍ଠ ଆଉଟଲେଟ୍ ଉଦ୍ଘାଟନ ହୋଇଥିଲା। ସମସ୍ତ ଅଂଶଗ୍ରହଣକାରୀମାନେ ସିଏସ୍ଆରର ଏଜେଣ୍ଡାରେ ଆର୍ଥିକ ଅନ୍ତର୍ଭୂକ୍ତିକୁ ରଖିବା ପାଇଁ ଶ୍ରୀ ତ୍ରିନାଥ ଲେଙ୍କାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ମୁମୁନ୍ ସିଂ ରଚନା କରିଥିଲେ ଏବଂ ଶ୍ରୀ ଅମିତ ସିଂ ଏବଂ ବେଦାନ୍ତର ପୀୟୁଷ ମିଶ୍ରଙ୍କ ଦ୍ୱାରା ସଂଯୋଜନା କରାଯାଇଥିଲା |

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...