Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସୋଆ ଆଗକୁ ଅଗ୍ରସର ହେଉଛି

ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକ
ପ୍ରତିଷ୍ଠାତା ସଭାପତି, ସୋଆ

କୌଣସି ସ୍ୱପ୍ନ କେବେ ଯାଦୁବିଦ୍ୟା ଦ୍ୱାରା ସଂପାଦିତ ହୁଏନାହିଁ । ଏଥିପାଇଁ ସ୍ୱେଦ ଲୁହ ଢାଳି ନିଷ୍ଠାର ସହ କଠିନ ପରିଶ୍ରମ କରିବାକୁ ପଡେ । ଏହି ବକ୍ତବ୍ୟ ଆମେରିକାର ପ୍ରାକ୍ତନ ସେକ୍ରେଟାରୀ ଅଫ ଷ୍ଟେଟ, କଲିନ ପାୱେଲଙ୍କର ।
ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୨୫ ବର୍ଷ ର ଯାତ୍ରାରେ ଆମର ଅଭିଜ୍ଞତା ସହିତ ପାୱେଲ ଙ୍କ ଉକ୍ତି ର ମେଳ ରହିଛି ।
ବିଗତ ବର୍ଷ ଗୁଡିକରେ ସୋଆ ଅନେକ ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇ ମଧ୍ୟ ଉଭୟ ଶିକ୍ଷା ପ୍ରଦାନ ତଥା ଗବେଷଣା କ୍ଷେତ୍ରରେ ନିରନ୍ତର ଉତ୍କର୍ଷ ପ୍ରତିପାଦନ କରିବା ଦିଗରେ ଅଗ୍ରସର ହୋଇଚାଲିଛି । ନିକଟରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କଙ୍ଗ ଫ୍ରେମ୍‌ୱର୍କ ବା ଏନଆଇଆରଏଫ୍ ର ବିଶ୍ୱବିଦ୍ୟାଳୟ ଉତ୍କର୍ଷ ତାଲିକାରେ ସୋଆ ୧୬ ତମ ସ୍ଥାନରେ ସ୍ଥାନୀତ ହେବା ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଗବେଷକ ଓ କର୍ମଚାରୀ ମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମର ଫଳ ।
ଏଥି ସହିତ ୟୁନିଭର୍ସିଟି ଗ୍ରାଣ୍ଡସ କମିଶନ ଦ୍ୱାରା ସୋଆକୁ କ୍ୟାଟେଗୋରୀ ୧ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ମିଳିଥିବାରୁ ଏହା ବିଶ୍ୱବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମକୁ ବିକଶିତ କରିବା ନିମନ୍ତେ ସହାୟକ ହେବ ।
ସୋଆର ସ୍ଥାପନା ଦିବସ ଅବସର ରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଓ ଯେଉଁମାନଙ୍କ ନିରବିଚ୍ଛନ୍ନ ପରିଶ୍ରମ ଓ ଅବଦାନ ବିଶ୍ୱବିଦ୍ୟାଳୟ କୁ ଏହି ଉପଲବ୍ଧି ଆଣି ଦେଇଛି ସେମାନଙ୍କୁ ଅନ୍ତର ର କୃତଜ୍ଞତା ଜଣାଏ । ଆମର ଯାତ୍ରା କେବଳ ଆରମ୍ଭ ହୋଇଛି ଓ ଆଗକୁ ଅନେକ ପଥ ବାକି ରହିଛି । ମୋର ବିଶ୍ୱାସ ସୋଆର ସମସ୍ତ ଶୁଭାକାଂକ୍ଷୀ ମାନଙ୍କ ସହଯୋଗରେ ବିଶ୍ୱବିଦ୍ୟାଳୟ ତାର ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...