Connect with us

Hi, what are you looking for?

ଜାତୀୟ

କମିଲା ଗ୍ୟାସ ଦର

ନୂଆଦିଲ୍ଲୀ: କମିଲା ଗ୍ୟାସ ସିଲିଣ୍ଡର ଦର। ୫ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ ପୂର୍ବରୁ ଗ୍ୟାସ ଦର କମାଇଛନ୍ତି କେନ୍ଦ୍ର ସରକାର।   ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଦାମ ଶସ୍ତା ହୋଇଛି। ଏଲପିଜି ସିଲିଣ୍ଡରର ଦାମ୍ ପିଛା ୯୧ ଟଙ୍କା ୫୦ ପଇସା କମାଇଛନ୍ତି କେନ୍ଦ୍ର ସରକାର। ନୂଆ ଦର ଆଜି ଠାରୁ ଲାଗୁ ହୋଇଛି। ଏନେଇ ତୈଳ କମ୍ପାନୀମାନେ ସୂଚନା ଦେଇଛନ୍ତି । ନୂଆ ଦର ଲାଗୁ ହେଲା ପରେ ଦିଲ୍ଲୀରେ ୧୯ କେ.ଜିର ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ୧୯୦୭ ଟଙ୍କାକୁ ଖସି ଆସିଛି ।

ସେହିପରି ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ ମଧ୍ୟ ହ୍ରାସ ପାଇଛି । ଦାମ୍ ହ୍ରାସ ପରେ ଦିଲ୍ଲୀରେ ସବସିଡି ଯୁକ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ୮୯୯.୫୦ ଟଙ୍କା ହୋଇଥିବା ବେଳେ କୋଲକାତାରେ ୯୨୬ ଟଙ୍କା ହୋଇଯାଇଛି। ସେହିପରି ମୁମ୍ଵାଇରେ ନୂଆ ଦରଦାମ୍ ଦିଲ୍ଲୀ ସହ ସମାନ ରହିଛି । ଚେନ୍ନାଇରେ ଗ୍ୟାସ୍ ଦର ୯୧୫ ଟଙ୍କା ୫୦ ପଇସା ହୋଇଯାଇଛି। ତେବେ ବିନା ସବସିଡି ରନ୍ଧନ ଗ୍ୟାସ ଦରରେ କୌଣସି ପରବର୍ତ୍ତନ ହୋଇନାହିଁ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...